ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ । 

115

କନକ ବ୍ୟୁରୋ : ରେଳ ଅନୁଦାନ ପ୍ରସଙ୍ଗରେ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ବିଜେପି । ଗତକାଲି ରେଳ ବଜେଟକୁ ନେଇ ବିତର୍କ କରିବାକୁ ଡାକରା ଦେଇଥିଲା ବିଜେଡି ।

ଆଜି ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର କହିଛନ୍ତି, ମାଷ୍ଟର କ୍ୟାଂଟିନ ଛକ ଆସନ୍ତୁ ଖୋଲା ବିତର୍କ ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ସେଥିପାଇଁ ରାଜ୍ୟ ସରକାରଙ୍କ ଅପରାଗତା ଦାୟୀ । ୬ରୁ ୭ ବର୍ଷ ଭିତରେ ୧୪ ହଜାର କୋଟି ନୁହେଁ ୩୬ ହଜାର କୋଟି ଆସିଛି । ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ଶାସକ ଦଳ ନେତା ।

ରାଜ୍ୟରେ ରେଳର ବିକାଶ ନହୋଇପାରିବାର କାରଣ ଜମି ଅଧିଗ୍ରହଣ, ଆଇନଶୃଙ୍ଖଳା, ଫରେଷ୍ଟ କ୍ଲିଅରାନ୍ସ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ବୋଲି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।