ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ । ବିଜେଡି କହିଲା, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି । 

175

କନକ ବ୍ୟୁରୋ: ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ ହୋଇଛି । ଏହି ସମ୍ମିଳନୀରେ ବିଜେଡି କହିଛି, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି । କିଛିଦିନ ହେବ ମାହାଙ୍ଗାକୁ ବଦନାମ କରିବାକୁ ସୁଚିନ୍ତିତ ଉଦ୍ୟମ ଚାଲିଛି । ବିଜେପି ନେତା ମାନେ କେଉଁ ପ୍ରକାର ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ସେହିପରି ପ୍ରେସମିଟରେ ଶାରଦା ପ୍ରଧାନଙ୍କ ଅଭିଯୋଗ ଆଣିଛି ବିଜେଡି । ଶାରଦା ପ୍ରଧାନଙ୍କ ନାଁରେ ଅନେକ ମାମଲା ରହିଛି ବୋଲି କହିଛି ବିଜେଡି । ୧୯୯୭ ମସିହାରେ ଶାରଦା ବିପିଏଲ କାଟାଗୋରୀରେ ଥିଲେ ହେଲେ ଆଜି ସେ କୋଟି କୋଟି ଟଙ୍କାର ମାଲିକ ବୋଲି ଅଭିଯୋଗ କରିଛି ବିଜେଡି ।