କୋହଲିଙ୍କୁ ନେଇ ବିସିସିଆଇ ଜାରି କଲା ବିସ୍ତୃତ ବୟାନ: କହିଲା ଏମିତି କଥା…

275

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଟିମ ଇଣ୍ଡିଆର କ୍ୟାପଟେନସିପ ଛାଡି ସମସଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ତେବେ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ବିରାଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିସିସିଆଇ । ଆଉ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛି । ବର୍ତ୍ତମାନ ବିସିସିଆଇ ବିରାଟ କୋହଲିଙ୍କୁ ନେଇ ବିସ୍ତୃତ ବୟାନ ଜାରି କରିଛି ।

ବିସିସିଆଇ ନିଜ ବୟାନରେ କହିଛି, ବିରାଟ କୋହଲି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ । ଧୋନୀଙ୍କଠାରୁ ଅଧିନାୟକ ପଦ ନେବା ପରେ ୬୮ଟି ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ସେ ୪୦ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ ୫୮.୮୨ ପ୍ରତିଶତ ରହିଛି । ଅଧିନାୟକ ଭାବେ ସେ ଶେଷ ଥର ଶ୍ରୀଲଙ୍କାରେ ସିରିଜ ବିଜୟୀ ହୋଇଥିଲେ ।

ଆହୁରି ମଧ୍ୟ କହିଛନ୍ତି କି, ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜକୁ ହରାଇ, ଟେଷ୍ଟରେ ୧ ନମ୍ବର ସ୍ଥାନ ହାସଲ କରିଥିଲା ଟିମ ଇଣ୍ଡିଆ । ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନିଜ ଜାଗା ପକ୍କା କରିଥିଲା ଟିମ ଇଣ୍ଡିଆ । ବିରାଟ ଭାରତରେ ୩୧ଟି ମ୍ୟାଚରେ ଅଧିନାୟକ ରହିଛନ୍ତି । ଯେଉଁଥିରେ ସେ ୨୪ଟିରେ ବିଜୟୀ ହୋଇଥିଲା ବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ହୋଇଛନ୍ତି ।