ଡ୍ରାଇଭର ସାଜିଥିଲା ଲୁଟେରା । ଏଟିଏମ ଭ୍ୟାନ ଅପହରଣ କରି ଲୁଟ ଘଟଣାର ହେଲା ପର୍ଦ୍ଦାଫାସ । ଘରେ ମାଟିତଳେ ପୋତିଥିବା ହାଣ୍ଡିରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

273

କନକ ବ୍ୟୁରୋ: ବ୍ରହ୍ମପୁର ବଡ ବଜାର ଥାନା ଅଂଚଳରୁ ଏଟିଏମ ଭ୍ୟାନ ଲୁଟ ଘଟଣାରେ ପୁଲିସକୁ ନୂଆ ସୁରାକ ମିଳିଛି । ଖୋଦ ଏଟିଏମ ଡ୍ରାଇଭରଙ୍କୁ ଘରୁ ବିଡା ବିଡା ନୋଟ ଜବତ କରିଛି ପୁଲିସ । ଘର ବାରିପଟେ ଗାତ ଖୋଳି ଏକ ଟିଣ ଡବାରେ ଟଙ୍କା ଲୁଚାଯାଇଥିଲା । ଲୁଟ ଘଟଣାରେ ସଂପୃକ୍ତି ସନ୍ଦେହରେ ପୁଲିସ ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି ।

ଗତ ୧୮ତାରିଖ ଦିନ ବଡବଜାର ଥାନାରେ ଏଟିଏଏମରେ ଟଙ୍କା ଭର୍ତି କରୁଥିବା ଭ୍ୟାନ ଲୁଟ ନେଇ ଅଭିଯୋଗ ହୋଇଥିଲା । ପୁଲିସ ଖୋଳତାଡ କରି ଓଡିଶା ଆନ୍ଧ୍ର ବର୍ଡର ଗିରିଶୋଲାଠା ନିକଟରେ ଏଟିଏମ ଭ୍ୟାନକୁ ଠାବ କରାଯାଇଥିଲା । ଗାଡି ଭିତରୁ ଅଚେତ ଅବସ୍ଥା ଡ୍ରାଇଭର ଆଶିଷ ଦିଗାଲଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା ପୁଲିସ । ହେଲେ ଭ୍ୟାନରେ ଥିବା ପ୍ରାୟ ୨୪ ଲକ୍ଷ ଟଙ୍କା ଗାଏବ ଥିଲା ।

ଚେତା ଫେରିବା ପରେ ଡ୍ରାଇଭର ବୟାନ ଦେଇଥିଲା ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ ୨ ଜଣ ଦୁର୍ବୃତ । ପରେ ଗିରିଶୋଲା ଠାରେ ତା ମୁହଁରେ ନିଶା ସ୍ପ୍ରେ କରି ଦୁଇ ଦୁର୍ବୃତ ଭ୍ୟାନରୁ ଟଙ୍କା ଧରି ସ୍କର୍ପିଓରେ ଫେରାର ହୋଇଯାଇଥିଲେ । ହେଲେ ପୁଲିସ ଡ୍ରାଇଭରକୁ ସନ୍ଦେହ କରି ଥାନାକୁ ଉଠାଇ ଆଣି ପଚପରାଉଚରା କରିବା ସହ ତା ଘରୁ ପୁଳା ପୁଳା ନୋଟ ଜବତ କରିଛି ।