କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ କଳାକାର ଦେଉଛନ୍ତି ପରୀକ୍ଷା । ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ସମସ୍ତ କଳାକାର । ହଜିଯାଉଥିବା କଳାକୁ ବଞ୍ଚାଇ ରଖିବାକୁ ଘୋଷଣା ହୋଇଛି ଭତ୍ତା । ହେଲେ ଭତ୍ତା ପାଇବାକୁ ଚାଲିଛି ପରୀକ୍ଷା । କଳାକାର ମାନେ ସାଜିଛନ୍ତି ପରୀକ୍ଷାର୍ଥୀ । ଏଭଳି ଖବର ଆସିଛି ଜୟପୁରର ଟାଉନ ହଲ ଅଞ୍ଚଳରୁ । ପରୀକ୍ଷାର୍ଥୀ ମାନଙ୍କୁ ନିରୀକ୍ଷଣ କରୁଛନ୍ତି ପୌର ଅଧିକାରୀ ଓ କିଛି କଳାପ୍ରେମୀ । ସେହି ହଲରେ ବସି କିଏ ଚିତ୍ର ଆଙ୍କୁଛି ତ ଆଉ କିଏ ମୂୂର୍ତ୍ତି ଗଢୁଛି । ଆଉ କିଏ ବସି ଅଧିକାରୀଙ୍କ ସାମନାରେ ନିଜ କଳାର ପରିଚୟ ଦେଉଛି । ଭତ୍ତା ଟଙ୍କା ପାଇଲେ ପରିବାର ଚଳିବ । ଏନେଇ ସବୁ କଳାକାର ନିଜ ଦକ୍ଷତା ଦେଖେଇବାକୁ ଲାଗିପଡ଼ିଛନ୍ତି । ଦିନକୁ ଦିନ କଳାକାର ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ଭତା ପାଇଁ ବି ସେମାନଙ୍କୁ ଦେବାକୁ ପଡୁଛି ପରୀକ୍ଷା । ଆଉ ଚୟନ ହେଲେ ମିଳିବ ସେମାନଙ୍କୁ ଏହି ଭତ୍ତା ଆଉ ବୀମା ରାଶି ।
ଦୟନୀୟ ସ୍ଥିତିରେ କଳାକାର । ଭତ୍ତା ପାଇବା ପାଇଁ ଦେଉଛନ୍ତି ପରୀକ୍ଷା ।
/kanak/media/post_attachments/wp-content/uploads/2022/10/Screen-Shot-2022-10-28-at-6.35.01-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)