ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ ।

75

କନକ ବ୍ୟୁରୋ : ରାସ୍ତା ନ ଥିବାରୁ ଗର୍ଭବତୀଙ୍କ ଘର ନିକଟକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କି.ମି ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମାଘୁମୁଣ୍ଡା ଗାଁରୁ ଜନନୀ ଯନ୍ତ୍ରଣାର ଏହି ଖବର ଆସିଛି । ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ତେଣୁ ଡାକ୍ତରଖାନାରେ ପହଞ୍ଚିବାର ଆଗରୁ ରାସ୍ତାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଜଣେ ଆଦିବାସୀ ମହିଳା ।

ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଘରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣା ପଡିଛି । ମାଘୁମୁଣ୍ଡା ଗାଁର ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଆଶା ଦିଦି ତପସ୍ୱୀନି ସେଠୀଙ୍କ ସହାୟାତରେ ୧୦୮ ଆମ୍ବାୁଲାନ୍ସକୁ ଡାକିଥିଲେ । ଆମ୍ବାଲାନ୍ସ ବି ଆସିଥିଲା, କିନ୍ତୁ ଗାଁକୁ ରାସ୍ତା ସୁବିଧା ନଥିବାରୁ ଗାଁର ଅଢେଇ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀମାନେ ଅଢେଇ କି.ମି ରାସ୍ତା ଚାଲି ଚାଲି ସେଠାରେ ପହଚିଂ ଥିଲେ ।

ମାତ୍ର ସେତେବେଳେ ଗର୍ଭବତୀ ବାହାଲ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ସାରିଥିଲେ । ପରେ ଆମ୍ବୁଲାନ୍ସରେ ଥିବା ଜରୁରୀ କାଳୀନ ସ୍ୱସ୍ଥ୍ୟ କର୍ମୀ ସତ୍ୟାନନ୍ଦ ସାହୁ ,ଆମ୍ବୁଲାନ୍ସ ଚାଳକ ସୁରେଶ ସାମଲ ଓ ସହାୟକ ଦେବେନ୍ଦ୍ର ପ୍ରଧାନ ନବଜାତ ଶିଶୁ ସହ ବାହାଲ ହେମ୍ବ୍ରମ ଙ୍କୁ ଷ୍ଟ୍ରେଚର ଯୋଗେ ଅଢେଇ କି.ମି ରାସ୍ତା ପାର କରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ପରେ ପ୍ରାୟ ସକାଳ ସାଢେ ୯ଟା ସମୟରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।