ଅଭିନେତା ପାଳିଲେ ୭୬ ତମ ସ୍ୱାଧୀନତା ଦିବସ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା।

107

କନକ ବ୍ୟୁରୋ: ଦେଶପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଦେଶବାସୀ ଏହାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ସାଧାରଣ ଲୋକ ଠାରୁ ନେଇ ନେତା, ଅଭିନେତା ମଧ୍ୟ ଦେଶବାସୀଙ୍କୁ ସ୍ୱାଧୀନତାର ଏହି ଉତ୍ସବରେ ଅଭିନନ୍ଦନ ଜଣାଇଛନ୍ତି । ସବୁଠି ଉଡିଛି ତ୍ରିରଙ୍ଗା ।

ଅଭିନେତା ଶାହାରୁଖ ଖାନ ମନ୍ନତରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତିି । ରବିବାର ହରଘର ତ୍ରିରଙ୍ଗା ଅଭିଯାନରେ ସେ ସାମିଲ ହୋଇ ମନ୍ନତରେ ପରିବାର ସହ ତ୍ରିରଙ୍ଗା ଉଡାଇଛନ୍ତି ।
ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ୱାମୀ ତଥା କ୍ରିକେଟିୟର ବିରାଟ କୋହଲି ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ସାରାଦେଶବାସୀଙ୍କୁ ଏହି ଅବସରରେ ସେମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକାରେ ରହୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ ହାଣ୍ଡେଲରେ ସେ ସ୍ୱାଧୀନତା ଘୋଷଣାର ଖବର କାଗଜକୁ ପୋଷ୍ଟ କରିଛନ୍ତି ।

ଅଭିନେତା ଅକ୍ଷୟ କୁମାର ମଧ୍ୟ ସ୍ୱାଧୀନତାର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି । ଦେଶବାସୀଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅକ୍ଷୟ ବେବୀ, ହଲିଡେ, ଏୟାରଲିଫ୍ଟ, କେଶରୀ ଭଳି ଅନେକ ଦେଶଭକ୍ତି ଥିବା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନେତ୍ରୀ କଙ୍ଗନା ରାଣାୱତ ଡେଙ୍ଗୁ ସଂକ୍ରମିତ ହୋଇଥିବା ବେଳେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଘରେ ରହି ସେ ସ୍ୱାଧୀନତାର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି । ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି ।

ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ ମଧ୍ୟ ସ୍ୱାଧୀନତାର ଏହି ମହାନ ପର୍ବରେ ସାମିଲ ହୋଇଥିଲେ । ସାରା ଦେଶବାସୀଙ୍କୁ ସେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।