ଚାଲିଛି ୧୭ତମ ଜି-୨୦ ସମ୍ମିଳନୀ। ଇଣ୍ଡୋନେସିଆରେ ବିଶ୍ୱ ମହାଶକ୍ତିଙ୍କ ମହାମିଳନ।

79

କନକ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ବାଲିରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏହି ସମ୍ମଳନୀରେ ଦେଖିବାକୁ ମିଳିଛି ବିଶ୍ୱ ମହାଶକ୍ତିଙ୍କ ମହାମିଳନ । ଜି-୨୦ର ଏହି ୧୭ ତମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି । ଉଭୟ ଭାରତ ଓ ଆମେରିକାର ରାଷ୍ଟ୍ରମୁଖ୍ୟ ବୈଠକରେ ଯୋଗଦେଇ ପରସ୍ପରଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ସମ୍ମିଳନୀ ମଞ୍ଚରେ ଦୁଇ ନେତା ପରସ୍ପର ପାଖରେ ବସିଥିବା ମଧ୍ୟ ନଜର ଆସିଛିି । ଆମେରିକା ରାଷ୍ଟ୍ରପତି ବାଇଡେନ ମୋଦୀଙ୍କ କାନ୍ଧରେ ହାତ ରଖିବା ସହ ଦୁହେଁ ହାତ ଧରାଧରି ହୋଇ କିଛି ସମୟ ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ହେବା ଖୁସି ଗପ କରିଛନ୍ତି । ଜି-୨୦ ବୈଠକ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଯାଇଛି ।

କୁଟନୈତିକ ପ୍ରୟାସ ଓ ଆଲୋଚନା ମାଧ୍ୟମରେ ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଧାନ ହେବା ଉଚିତ୍ । ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଦ୍ଧ ନୁହେଁ ବରଂ ଆଲୋଚନା ହିଁ ସମାଧାନର ରାସ୍ତା ହେବା ଜରୁରୀ । ଏହାସହ ଉଭୟ ପକ୍ଷ ଯୁଦ୍ଧବିରତି ପାଇଁ ଆଗ୍ରହୀ ହୋଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଶ୍ୱ ଦେଖିସାରିଛି ଧ୍ୱଂସର ତାଣ୍ଡବ । ତେଣୁ ଯୁଦ୍ଧ ନୁହେଁ ଶାନ୍ତି ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ମୋଦୀ ।

ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ମୁଦ୍ରାସ୍ପୀତି ବଢିବାରେ ଲାଗିଛି । ତାସହିତ ବିଭିନ୍ନ ଆବଶ୍ୟକ ଜିନିଷର ଦରଦାମ ମଧ୍ୟ ବୃଦ୍ଧି ପାଉଛି । ଏହା ଉପରେ ଲଗାମ ଲାଗିବା ଆବଶ୍ୟକ ହୋଇପଡିଛି । ବିଶ୍ୱର ଅଧିକାଂଶ ଦେଶରେ ଖାଦ୍ୟ ସଂକଟ ମଧ୍ୟ ଦେଖିବାକୁ ମିଳିଛି । ଜି-୨୦ ସମ୍ମିଳନୀରେ ଏହା ଉପରେ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ରିହିଛି ବିଶ୍ୱର ନଜର।