ବିମାନ ଉପରେ ରାସାୟନିକ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ! ସତର୍କ ସୂଚନା ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

53

ବିମାନରେ ରାସାୟନିକ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି । ବିଶ୍ୱସ୍ତ ସୂଚନା ଅନୁସାରେ ବିମାନ ଓ ସାର୍ବଜନୀନ ପରିବହନ ସ୍ଥଳରେ ରାସାୟନିକ ଆକ୍ରମଣ ସାହାଯ୍ୟରେ ବିଷାକ୍ତ ଗ୍ୟାସ ଛାଡ଼ିବା ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସମସ୍ତ ରାଜ୍ୟ ଓ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ସତର୍କ କରାଇଛନ୍ତିି । ସମସ୍ତ ବସଷ୍ଟାଣ୍ଡ, ବିମାନବନ୍ଦର, ସାର୍ବଜନୀକ ସ୍ଥାନ, ଟ୍ରେନ, ମଟ୍ରୋ ଷ୍ଟେସନରେ ସନ୍ଦିଗ୍ଧ ଚିଜ ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାୟଳ ନିର୍ଦ୍ଦେଶ ଦେଇଛି । ବିମାନ ଗୁଡ଼ିକ ଉପରେ ରାସାୟନିକ ଆକ୍ରମଣ ହୋଇପାରେ ଏବଂ ଏଥିପାଇଁ ସୁରକ୍ଷା କର୍ମୀଙ୍କୁ ସମସ୍ତ ସନ୍ଦିଗ୍ଦ ବ୍ୟବହାର ଉପରେ ନଜର ରଖିବା ପାଇଁ କୁହାଯାଇଛି ।

ସେପ୍ଟେମ୍ବର ୧ରେ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ, ବିମାନ ମନ୍ତ୍ରାଳୟ ଓ ଅନ୍ୟ ଏଜେନ୍ସିକୁ ଲିଖିତ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । ବାଣିଜ୍ୟ ପାଇଁ ବ୍ୟବହୃତ ହେଉଥିବା ବିମାନ ଉପରେ ଆତଙ୍କବାଦୀମାନେ ଅଧିକ ଟାର୍ଗେଟ କରିଛନ୍ତି ବୋଲି ସତର୍କ କରାଯାଇଛି । ବିଗତ ମାସରେ ଗୃହ ମନ୍ତ୍ରାଳୟ ଆଦେଶ କ୍ରମେ ଅଷ୍ଟ୍ରେଲିଆରେ ଏକ ବ୍ୟବସାୟିକ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଆତଙ୍କବାଦୀମାନେ ଉକ୍ତ ବିମାନରେ ବିସ୍ଫୋରକ ସାମଗ୍ରୀ ଲଗାଇବା ପାଇଁ ଚେଷ୍ଟା କରିଥିଲେ ବୋଲି ଅଷ୍ଟ୍ରେଲିଆ ପୋଲିସ ସୂଚନା ଦେଇଥିଲା ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସଚେତନ କରାଇବା ସହ କିିଛି ସନ୍ଦେଶ ମଧ୍ୟ ଦେଇଛି । ଆତଙ୍କବାଦୀମାନେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ପାଇଁ ହାଡ଼ୱେର ଦୋକାନରେ ଅତି ସହଜରେ ମିଳୁଥିବା ସାମଗ୍ରୀର ବ୍ୟବହାର କରିପାରନ୍ତି ବୋଲି ସନ୍ଦେହ ହେଉଛି । ଏହା ବ୍ୟତୀତ ରାସାୟନିକ ପାଉଡ଼ର, କୀଟନାଶକ, ଏସିଡ଼ , କିମ୍ବା ଘରୋଇ କ୍ଲିନର ଭଳି ସାଧାରଣ ଚିଜକୁ ଆକ୍ରମଣର ମାଧ୍ୟମ କରିପାରନ୍ତି । ଯାହା ଅତି ସଜହରେ ଦୋକାନରେ ଉପଲବ୍ଧ ହୋଇଥାଏ । କିମ୍ବା ଏପରି ଜିନିଷ ନିଜେ ତିଆରି କିରବା ମଧ୍ୟ ଅତି ସହଜ । ତେବେ କୌଣସି ବିମାନ ଉପରେ ରାସାୟନିକ ଆକ୍ରମଣ କଲେ କେବଳ ଯେ ବିମାନ କ୍ଷତିଗ୍ରସ୍ତ ହେବ ତା’ ନୁହେଁ ଏଥିପାଇଁ ଅନେକ ଜୀବନ ଯିବା ସହ ଅନେକ କ୍ଷୟକ୍ଷତିି ମଧ୍ୟ ହେବ । ସତର୍କତା ଆଧାର ଉପରେ ବିଭିନ୍ନ ବିମାନ ବନ୍ଦର, ସାର୍ବଜନିକ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।