ଆତଙ୍କୀ ଗୁଳିରେ ୩ଯବାନ ଆହତ । ସର୍ଚ୍ଚ ଅପରେସନ୍ ଜାରି

110

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଂଛରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବୀନିମୟ ଘଟିଛି । ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ ଆତଙ୍କୀ । ଏହାର ପାଲଟା ଯବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀ । ଏହି ଗୁଳିବୀନିମୟରେ ୩ଯବାନ ଆହତ ହୋଇଛନ୍ତି । ଏହାସହିତ ଜଣେ ଲକ୍ସର ଆତଙ୍କୀ ବି ଗୁରୁତର ଆହତ ହୋଇଛି ।
ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀର ପୁଂଛରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ୍ ଚାଲିଥିଲା, ଯେଉଁଠାରେ ଆତଙ୍କୀ ଲୁଚି ରହିଥିବାର ଖବର ମିଳିଥିଲା ସେହି ସ୍ଥାନରେ ଲକ୍ସର ଆତଙ୍କୀ ଜିୟା ମୁସ୍ଥାଫା ସହ ପୋଲିସ ଏବଂ ସୁରକ୍ଷା କର୍ମୀ ପହଞ୍ଚିଥିଲେ । ସେଠାରେ ଲୁଚିଥିବା ଆତଙ୍କୀ ହଠାତ୍ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଆକ୍ରମଣ କରିଥିଲା ସେନା । ଉଭୟ ପକ୍ଷରୁ ହୋଇଥିବା ଗୁଳିବୀନିମୟରେ ୩ଯବାନ ଆହତ ହୋଇଛନ୍ତି । ସେପଟେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେଶନ୍