ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ସହିଦ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ

ଆତଙ୍କବାଦୀ ଆକ୍ରମଣ, ଟଳିପଡିଲେ ୨ ପୋଲିସ କର୍ମୀ

207

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଠାରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଶୁକ୍ରବାର ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଥିବା ଖବର ମିଳିଛି । ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଉଭୟ ପୋଲିସକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୨ ପୋଲିସକର୍ମୀ କନେଷ୍ଟବଳ  ବୋଲି ଜଣାପଡିଛି । ଏହି ଘଟଣା ପରେ ସୁରକ୍ଷାବଳ ତରଫରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛିି ।

କହିରଖୁ କି ଗତ ୩ ଦିନ ମଧ୍ୟରେ ହାୱାଇଆଡ୍ଡା ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ ୨ ଥର ଆକ୍ରମଣ ହୋଇଛି । ବୁଧବାର ଦିନ ଦୁର୍ଗାନାଗ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ସେମାନେ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ବିଦେଶରୁ ୨୪ ଜଣ ସଦସ୍ୟ ମଣ୍ଡଳୀ ପ୍ରତିନିଧି ଜମ୍ମୁ-କାଶ୍ମୀର ସ୍ଥିତି ଆକଳନ କରିବାକୁ ଜମ୍ମୁ ଗସ୍ତରେ ଆସିଛନ୍ତି ।