ଲେବାନନରେ ଭୟଙ୍କର ବିସ୍ଫୋରଣ । ଛାତିଥରା ବିସ୍ଫୋରଣରେ ଆକାଶକୁ ଉଠିଗଲା ସମୁଦ୍ର ପାଣି, ଦୋହଲିଗଲା ବଡ ବଡ ବିଲ୍ଡିଂ । ଭୟଙ୍କର ବିସ୍ଫୋରଣରେ ଅନେକ ଆହତ ।

2,982

କନକ ବ୍ୟୁରୋ: ଲେବାନନରେ ଭୟଙ୍କର ବିସ୍ଫୋରଣ । ଲେବାନନର ରାଜଧାନୀ ବେରୁଟରେ ଭୟାନକ ବିସ୍ଫୋରଣ । ବନ୍ଦର ଅଞ୍ଚଳରେ ଘଟିଥିବା ବିସ୍ପୋରଣରେ ଶତାଧିକ ଲୋକ ଆହତ । ତେବେ ବିସ୍ଫୋରଣରେ କେତେ ଲୋକଙ୍କ ଜୀବନହାନୀ ହୋଇଛି ଏଯାଏଁ କୌଣସି ସୂଚନା ନାହିଁ । କି ବିସ୍ଫୋରଣ କେମିତି ହେଲା ସ୍ପଷ୍ଟ ଜଣାପଡିନି ।

ତେବେ ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଆକାଶକୁ ପ୍ରବଳ ଧୂଆଁ ଉଠି ଶେଷରେ ଭୟାନକ ବିସ୍ଫୋରଣ ହେଉଛି । ଆଉ ଛାତିଥରା ବିସ୍ଫୋରଣ ଫଳରେ ସମୁଦ୍ର ପାଣି ଆକାଶ ଉଚ୍ଚକୁ ଉଠାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଦେଖନ୍ତୁ ସେ ସମୟର ଦୃଶ୍ୟକୁ…

ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ

#ବିସ୍ଫୋରଣର_ଭୟଙ୍କର_ଦୃଶ୍ୟ ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ, ଆକାଶକୁ ଉଠିଲା ପାଣି, ଛିନଛତ୍ର ହୋଇଗଲା ଘର । ଦେଖନ୍ତୁ କେଇ ସେକେଣ୍ଡର ସେହି ଛାତିଥରା ଦୃଶ୍ୟ । ବି.ଦ୍ର : ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ #KanakNews #LebanonExplosion

Posted by Kanak News on Tuesday, August 4, 2020