ଢିଙ୍କିଆରେ ଏବେ ବି ଜାରି ରହିଛି ଉତେଜନା । କିଶାନ ମୋର୍ଚ୍ଚା ଟିମକୁ ଅଟକାଇବାକୁ ନେଇ ପୋଲିସ ଉପରେ ବର୍ଷିଲେ ଟିମ୍ ସଦସ୍ୟ ପ୍ରଦିପ ନାୟକ

140

କନକ ବ୍ୟୁରୋ : ଢିଙ୍କିଆରେ ଏବେ ବି ଉତେଜନା ଜାରି ରହିଛି । କାଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ଟିମ ଘଟଣାସ୍ଥଳକୁ ଯିବାବେଳେ ଅଟକାଇଥିଲେ ଗ୍ରାମବାସୀ । ପରେ ସଦସ୍ୟମାନେ ପୁଲିସ ସହାୟତା ଲୋଡିଥିଲେ ବି ଏହା ନ ମିଳିବାରୁ ଟିମ ଫେରିଆସିଥିଲେ । ଏହାପରେ ପୁଲିସ ଉପରେ ବର୍ଷିଛନ୍ତି ପ୍ରଦୀପ ନାୟକ ।
ସେ କହିଛନ୍ତି, ପୁଲିସ ବର୍ବରତାର ସବୁ ସୀମାକୁ ଟପିଯାଇଛି । ଲୋକେ ପାନବରଜରେ କାମ କରିବାକୁ ଯାଉଥିଲେ । ଆଉ ଏହି ସମୟରେ ପୁଲିସ ନିଜ ସୁରକ୍ଷା ବାହାନାରେ ମହିଳା , ଶିଶୁ ଓ ପୁରୁଷଙ୍କୁ ପିଟିଛି । କିଛି ଗୁଣ୍ଡା ସେମାନଙ୍କୁ ଯିବାକୁ ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।  ଶୁକ୍ରବାରଦିନ ଢିଙ୍କିଆରେ  ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଲୋକଙ୍କ ଉପରକୁ ଲାଠିଚାର୍ଜ କରିଥିଲା ପୁଲିସ ।