ଅସହ୍ୟ ହେଲାଣି ତାତି । ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ

ତାତିରେ ଡହଳବିକଳ ହେଉଛନ୍ତି ରାଜଧାନୀବାସୀ

95
କନକ ବ୍ୟୁରୋ : ତାତିରେ ଡହଳବିକଳ ହେଉଛନ୍ତି ରାଜଧାନୀବାସୀ। ପୂର୍ବାହ୍ନ ୧୧ଟା ବାଜିବା କ୍ଷଣି ଘରୁ ବାହାରି ପାରୁ ନାହାନ୍ତି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଲଗାତାର ଦ୍ବିତୀୟ ଦିନ ପାଇଁ ସହରରେ ସ୍ଥିତି ଅପରିବର୍ତ୍ତିତ ରହିଛି। ଗତକାଲି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା। ୧୦ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ରବିବାର ଅପରାହ୍ଣ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି।
summerଗତକାଲି ବି ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର। ଏଠାରେ ତାପାମାତ୍ରା ୩୯.୪ ଡିଗ୍ରି ରହିଥିବା ବେଳେ ମଧ୍ୟ ମହାରାଷ୍ଟ୍ରର ମାଲେଗାଁଓ ଓ ଓଡ଼ିଶାର ମାଲକାନଗିରିରେ ତାପମାତ୍ରା ମିଳିତ ଭାବେ ୩୯.୨ ଡିଗ୍ରି ରହିଥିଲା। ଫେବ୍ରୁଆରିରେ ବହୁତ କମ୍ ସମୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। କିଛି ବର୍ଷ ତଳେ ଏଠାରେ ଫେବ୍ରୁଆରି ମାସରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ୧୯୬୩ ଫେବ୍ରୁଆରି ୨୩ରେ ଭୁବନେଶ୍ବରର ତାପମାତ୍ରା ସର୍ବକାଳୀନ ରେକର୍ଡ କରିଥିଲା। ଏହି ଦିନ ତାପମାତ୍ରା ୪୨.୭ ଡିଗ୍ରି ରହିଥିଲା। ଚଳିତ ମାସରେ ୪୦ ଡିଗ୍ରି ଟପିବାର ଆଶଙ୍କା କମ୍ ରହିଛି। ତଥାପି ରବିବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ତାତିର ପ୍ରକୋପ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।