କେସିଆରଙ୍କ ‘ବିରିୟାନି’ ରାଜନୀତି । ଓଡିଆ ନେତାଙ୍କୁ ଖୁଆଇଲେ ହାଇଦ୍ରାବାଦ ବିରିୟାନୀ । ଓଡିଶାରେ କାମ ଦେବ କି କେସିଆରଙ୍କ ରଣନୀତି?

209

କନକ ବ୍ୟୁରୋ: କେସିଆରଙ୍କ ‘ବିରିୟାନି’ ରାଜନୀତି । ହାଇଦ୍ରାବାଦରେ ଓଡ଼ିଆ ନେତାଙ୍କୁ ବିରିୟାନି ଖୁଆଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଆ ନେତାଙ୍କୁ କେସିଆର ବିରିୟାନି ଖୁଆଇବାର ଫଟୋ ସାମନାକୁ ଆସିଛି । ତେବେ ଓଡ଼ିଶାରେ ସ୍ଥିତି ମଜବୁତ୍ କରିବାକୁ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଜୋରଦାର ଉଦ୍ୟମ ଚଳାଇଛି । କିଛି ବଡ ନେତା କେସିଆରଙ୍କ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଆଉ ଏସବୁ ଭିତରେ କେସିଆର ଓଡ଼ିଆ ନେତାଙ୍କୁ ବିରିୟାନି ଖୁଆଥିବାର ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି ।

  • କେସିଆରଙ୍କ ‘ବିରିୟାନି’ ରାଜନୀତି
  • ଓଡିଆ ନେତାଙ୍କୁ ଖୁଆଇଲେ ହାଇଦ୍ରାବାଦ ବିରିୟାନି

ଓଡିଶା ରାଜନୀତିରେ ବୋଧହୁଏ ଏଭଳି ଦୃଶ୍ୟ ଆଗରୁ କେବେ ବି ଦେଖିବାକୁ ମିଳିନଥିଲା । ଯେତେବେଳେ ଓଡିଶାରେ ନିଜ ରାଜନୈତିକ ଦଳର ଏଣ୍ଟ୍ରି ପାଇଁ କୌଣସି ଦଳର ମୁଖ୍ୟ ଓଡିଆ ନେତାମାନଙ୍କୁ ନିଜ ରାଜ୍ୟକୁ ଡାକି ଏମିତି ଅତିଥି ସକ୍ରାର କରୁଥିବେ । ଆଉ ପାଖରେ ବସି ଖାଉଥିବେ । ଏ ଦୃଶ୍ୟ ହେଉଛି ଶୁକ୍ରବାରର ହାଇଦ୍ରାବାଦର । ଯେଉଁଠି ନିଜେ କେସିଆର ଓଡିଆ ନେତାମାନଙ୍କ ସହ ଗୋଟିଏ ଟେବୁଲରେ ବସି ହାଇଦ୍ରାବାଦର ପ୍ରସିଦ୍ଧ ବିିରିୟାନୀ ଓ ଅନ୍ୟାନ୍ୟ ବ୍ୟଞ୍ଜନ ଖାଇଥିଲେ । ଆଉ ନେତାମାନଙ୍କ ଖାଇବା କଥା ନିଜେ ବୁଝିଥିଲେ ।

  • କିଏ ଧରିବେ କେସିଆରଙ୍କ ହାତ?
  • ବିଆରଏସରେ ସାମିଲ ହେବେ କି ଅସନ୍ତୁଷ୍ଟ?

ଶୁକ୍ରବାର ବିଆରଏସରେ ଓଡିଶାର ବହୁ ନେତା ମିଶିବା ପରେ ଏବେ ଆଉ କେଉଁ ନେତା ସାମିଲ ହେବେ ସେ ନେଇ ଜୋର ଧରିଛି ଚର୍ଚ୍ଚା । ବିଆରଏସରେ ଯୋଗ ଦେବା ନେଇ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି କିଏ ସାମିଲ ହେବେ ତାହା ସ୍ପଷ୍ଟହୋଇନାହିଁ । କିନ୍ତୁ ଆଗକୁ ରାଜ୍ୟର ପ୍ରମୁଖ ଦଳ ମାନଙ୍କରେ କୋଣଠେସା ଓ ଅସନ୍ତୁଷ୍ଟ ନେତା ବିଆରଏସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

  • କାମ ଦେବ କି କେସିଆରଙ୍କ ରଣନୀତି?
  • ଖେଳ ବିଗାଡି଼ବେ କି କେସିଆର?

ତେଲେଙ୍ଗାନା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଦିନରୁ ବିଭିନ୍ନ ଲୋକପ୍ରିୟ ଯୋଜନା ଆଣି, ଲୋକଙ୍କ ହୃଦୟ ଜିଣି ଆସୁଥିବା କେସିଆର ଓଡିଶାରେ କେତେ ସଫଳ ହେବେ? ବିଜେଡି ଭଳି ତୃଣମୂଳ ସ୍ତରରୁ ସଂଗଠିତ ଦଳ ଓ ବିଜେପି ଭଳି ବଡ ଦଳକୁ ଟକ୍କର ଦେବାକୁ କେତେ ସକ୍ଷମ ହେବେ ? ଓଡିଶାରେ କେସିଆର ଫ୍ୟାକ୍ଟର କେତେ କାମ ଦେବ କି? ତାହା ରାଜନୀତିକ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବିଜେଡି, ବିଜେପି, କଂଗ୍ରେସ କୌଣସି ପ୍ରଭାବ ପଡିବ ନାହିଁ କହୁଥିଲେ ବି ଭିନ୍ନ କଥା କହିଛନ୍ତି ବରିଷ୍ଠ ନେତା ଓ ରାଜନୀତି ସମୀକ୍ଷକ । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମତରେ, ବଡ ନେତା ମିଶିଲେ ପ୍ରଭାବ ପଡିପାରେ । ଖାରବେଳ ସ୍ୱାଇଁ କହିଛନ୍ତି, ସେମାନେ ଦଳ ଛାଡିଥିବାରୁ ଦୁଃଖିତ । ଆଉ ଜଣେ ଲୋକ ଗଲେ ବି ପ୍ରଭାବ ପଡିବ । ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ଦ୍ୱିତୀୟ ବିରୋଧୀ ଦଳ ଭାବେ ଉଭା ହୋଇପାରେ ବିଆରଏସ ।

ତେବେ କେସିଆର ଜଣେ ତୃଣମୂଳ ସ୍ତରର ନେତା ଓ ତାଙ୍କ ଷ୍ଟ୍ରାଟେଜି ଭିନ୍ନ ହୋଇଥିବାରୁ ଓ ସବୁ ଅଞ୍ଚଳର ନେତାଙ୍କୁ ମିଶାଉଥିବାରୁ, ଓଡିଶା ଏବେ କେସିଆରଙ୍କ ଫୋକସରେ ରହିଛି କିନ୍ତୁ ଏହା କେତେ ସଫଳ ହେବ ତାହା ସମୟ କହିବ ।