ବାବା ରାମଦେବଙ୍କୁ ଟକ୍କର ଦେବାକୁ ମୈଦାନରେ ତେଜ ପ୍ରତାପ । ଲାଲୁ ଓ ରାବଡୀଙ୍କ ନାମରେ ଖୋଲିଲେ ସ୍ୱଦେଶୀ ଭଣ୍ଡାର ।

1,010

କନକ ବ୍ୟୁରୋ : ଲାଲୁ ଯାଦବଙ୍କ ବଡପୁଅ ତଥା ଆରଜେଡି ନେତା ଏବେ ବାବା ରାମଦେବଙ୍କୁ ଟକ୍କର ଦେବେ । ବାବା ରାମଦେବଙ୍କ ପତଞ୍ଜଳୀ ଭଳି ତେଜ ପ୍ରତାପ ବଜାରକୁ ଦେଶୀ ପ୍ରଡକ୍ଟ ଆଣିଛନ୍ତି । ସେ ପ୍ରଥମେ ଧୂପ ଓ କସମେଟିକ୍ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ବଜାରରେ ଏହି ପ୍ରଡକ୍ଟକୁ ଏଲ.ଆର (ଲାଲୁ, ରାବଡୀ) ନାମରେ ବ୍ରିଡିଂ କରୁଛନ୍ତି । ତେଜ ପ୍ରତାପଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସାମଗ୍ରୀ ବିଶେଷ ଭାବେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଉଛି । ସୌନ୍ଦର୍ଯ୍ୟ ବର୍ଦ୍ଧକ ସାମଗ୍ରୀ ରୂପେ ତିଆରି ହେଉଥିବା ସାବୁନକୁ ନେଇ ଲାରା କମ୍ପାନୀର କର୍ମଚାରୀମାନେ କହିଛନ୍ତି କି ଏହି ସାବୁନ ଅନେକ ପ୍ରକାର ଫୁଲରୁ ପ୍ରସ୍ତୁତ କରାଯାଉଛି ।

ତେଜ ପ୍ରତାପ ଦାବି କରିଛନ୍ତି କି ଲାରା କମ୍ପାନୀ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ ପ୍ରାକୃତିକ ଓ ଆୟୁର୍ବେଦିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଛି । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ତେଜ୍ ପ୍ରତାପ ଆରଜେଡି ନେତାଙ୍କୁ ସବୁ ପ୍ରଡକ୍ଟ ବାବଦରେ ବୁଝାଉଛନ୍ତି । ଏହାସହ ବିହାରର ରାଜଧାନୀ ପାଟନାରେ ଏହି ସାମଗ୍ରୀ ବିକ୍ରି କରିବାକୁ ଏକ ବଡ ସୋ ରୋମ ଖୋଲାଯିବା ନେଇ ମଧ୍ୟ ଏହି ଭିଡିଓରେ ତେଜ ପ୍ରତାପ କହୁଛନ୍ତି ।

ଲାରା ନାମରେ ପ୍ରସ୍ତୁତ ହେଉଥିବା ସବୁ ସାମଗ୍ରୀ ଲାଲୁଙ୍କ ପୁରୁଣା ଗୁହାଳ ଘରେ ପ୍ରସ୍ତୁତ ହେଉଛି । ଯେଉଁଠିକି ଲାଲୁ ପୂର୍ବରୁ ବହୁ ସଂଖ୍ୟାରେ ଗାଈ ପାଳନ କରୁଥିଲେ । ଏହି ଗୁହାଳରେ ଲାଲୁ ଶହ ଶହ ସଂଖ୍ୟାରେ ଗାଈ ପାଳନ କରି ଚର୍ଚ୍ଚାରେ ରହିଥିଲେ । ସେହି ସ୍ଥାନରେ ଲାରା କମ୍ପାନୀ ଆରମ୍ଭ କରି ବାବା ରାମଦେବଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ତାଙ୍କ ବଡପୁଅ ତେଜ ପ୍ରତାପ ।