ରାଜଧାନୀରେ ବିବାହ ମଣ୍ଡପରୁ ଲୁଟ୍ । ବରଯାତ୍ରୀ ବେଶରେ ଆସି ସୁନାଗହଣା ଲୁଟିଲେ

68

କନକ ବ୍ୟୁରୋ : ବରଯାତ୍ରୀ ସାଜି ଆସିଲେ, ଲୁଟି ନେଲେ ସୁନା ଗହଣା । ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କେସୁରା ଛକ ପଲ୍ଲବୀ ମଣ୍ଡପରେ ବିବାହ ଚାଲିଥିଲା । ଏହି ସମୟରେ ବରଯାତ୍ରୀ ସାଜି ଆସିଥିଲେ ଦୁଇ ଜଣ । ଏମାନଙ୍କ ମଧ୍ୟରେ ଥିଲେ ଜଣେ ନାବାଳକ । ଭୋଜି ଖାଇଲେ, ଆଉ ମଉକା ଦେଖି କନ୍ୟା ପକ୍ଷର ସୁନା ଗହଣା ଲୁଟ କରି ଚମ୍ପଟ ମାରିଲେ । ସିସିଟିଭିରେ ଲୁଟ୍ର ଦୃଶ୍ୟ କଏଦ ହୋଇଛି । ପାଖାପାଖି ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସହିଦ ନଗର ଥାନାରେ କନ୍ୟା ପକ୍ଷ ପକ୍ଷରୁ ଏତଲା ଦିଆଯାଇଛି ।