ପୁଣି ଫେରିଲା ମୃତ୍ୟୁର ଖେଳ । ମୋମୋ ଚ୍ୟାଲେଞ୍ଜରେ ଚାଲିଗଲା ନାବାଳକର ଜୀବନ

ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା ।

220

ପୁଣି ଫେରିଛି ମୋମୋ ଚ୍ୟାଲେଞ୍ଜ । ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲକ୍ଷ୍ନୌରେ ପୁଣି ମୋମୋ ଚ୍ୟାଲେଞ୍ଜର ଶିକାର ହୋଇଛି ଏକ ନା’ବାଳକ ।

ତାଳପୁର ପୋଲିସ ଷ୍ଟେସନ୍ ନିକଟସ୍ଥ ଜ୍ୱଲା ମହାରାଜ ବଗିଚା ଅଞ୍ଚଳରେ ବାସ କରୁଥିବା ରାହୁଲ ପାରିହର ନାମକ ଜଣେ ନାବାଳକ ମୋବାଇଲରେ ମୋମୋ ଚ୍ୟାଲେଞ୍ଜ ଗେମ୍ ଖେଳି ଗତ ରବିବାର ଅପରାହ୍ନରେ ନିଜ ରୁମର ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପୋଲିସ ରିପୋର୍ଟ ଅନୁଯାୟୀ, ନାବାଳକ ବ୍ୟବହାର କରୁଥିବା ମୋବାଇଲ ଫୋନରେ ମୋମୋ ଚ୍ୟାଲେଞ୍ଜ ଗେମ ରହିଛି । ଯାହାକୁ ଖେଳି ପିଲାଟି ଆତ୍ମହତ୍ୟା କରିଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ଏହା ମଧ୍ୟ କୁହାଯାଉଛି କି ରବିବାର ମୋମୋ ଚ୍ୟାଲେଞ୍ଜର ଶେଷ ଟାକ୍ସ ଥିଲା । ଯାହାକୁ ରାହୁଲ ପୁରା କରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି । ପରେ ରାହୁଲଙ୍କ ପରିବାର ଲୋକେ ଫ୍ୟାନରେ ଝୁଲୁଥିବା ରାହୁଲଙ୍କ ଶରୀରକୁ ମେଡିକାଲ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ପୂର୍ବରୁ ଏହିଭଳି ଅନେକ ଘଟଣା ଘଟିଛି । ଅନେକ ପିଲା ମୋମୋ ଗେମର ଶିକାର ହୋଇଛନ୍ତି । ତେବେ ଏହାରି ମଧ୍ୟରେ କିଛି ଦିନ ହେବ ଏହି ମୋମୋ ଗେମ୍ ସମ୍ପର୍କରେ ଶୁଣିବାକୁ ମିଳୁନଥିବା ବେଳେ ଲକ୍ଷ୍ନୌରୁ ଏପରି ଏକ ଖବର ପୁଣି ଅଭିଭାବକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି ।