ପେଟ୍ରୋଲ ଓ ଡିଜେଲ କିଣନ୍ତୁ ଏବଂ ଘରକୁ ନିିଅନ୍ତୁ ଲାପଟପ, ଏସି, ସ୍ମାର୍ଟ ଫୋନ ଏବଂ ୱାସିଂମେସିନ। ଜାଣନ୍ତୁ କେଉଁଠାରେ ମିଳୁଛି ଏହି ଅଫର

38

କନକ ବ୍ୟୁରୋ : ଆଜିକାଲି ସମସ୍ତଙ୍କର ଲାପଟପ, ଏସି, ସ୍ମାର୍ଟ ଫୋନ ଏବଂ ୱାସିଂମେସିନର ବ୍ୟବହାର ସମସ୍ତେ କରିବା ପାଇଁ ଇଚ୍ଛା କରୁଛନ୍ତି । ତେବେ ଏପରି ଜିନିଷ କିଣିବାପାଇଁ ଟଙ୍କାର ଆବଶ୍ୟକତା ମଧ୍ୟ ରହିଛି । ତେବେ ଆଜିର ବଜାରରେ ଏହାର ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଦର ମଧ୍ୟ କିଛି କମ ନାହିଁ । ତେବେ ମାଗଣାରେ ଯଦି ଏପରି ଜିନିଷ ଆପଣମାନଙ୍କ ମାଗଣାରେ ମିଳେ ତେବେ? ବର୍ତ୍ତମାନ ଦେଶରେ ଯେପରି ଭାବରେ ତୈଳଦର ବୃଦ୍ଧି ହେଉଛି ତାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଯାଉଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଏକ ପେଟ୍ରୋଲ ପମ୍ପର ମାଲିକ ନିଜର ଗ୍ରାହକ ମାନଙ୍କୁ ଆକର୍ଷଣ କରିବା ପାଇଁ ଅନେକ ଅଫର ଦେଇଥିବା ସୂଚନା ମିଳିଛି । ସେହି ଅଫରରେ ଯେଉଁମାନେ ସେଠାରେ ତୈଳ ଭରିବେ ସେମାନଙ୍କୁ ବାଇକ, ଲାପଟପ, ଏସି କିମ୍ବା ୱାସିଂ ମେସିନ ଫ୍ରିରେ ମିଳିବ ବୋଲି ଜଣାପଡିଛି ।

 

ପେଟ୍ରୋଲ ପମ୍ପର ମାଲିକ ଅଫର ଦେଇଛନ୍ତି କି ଯଦି କୈାଣସି ଗ୍ରାହକ ୫ ହଜାର ଲିଟର ପେଟ୍ରୋଲ କିଣିବ ତେବେ ତାହକୁ ଏପରି ଜିନିଷ ଉପହାର ମିଳିପାରେ । ଏହାସହ ଯଦି ଗ୍ରାହକ ୧୫ ହଜାର ଲିଟର ପେଟ୍ରୋଲ କିଣିବ ତେବେ ତାହାକୁ ଆଲମାରୀ, ସୋଫା କିମ୍ବା ୧୦୦ ଗ୍ରାମର ଚାନ୍ଦି କଏନ ମିଳିବ ବୋଲି ଜଣାପଡିଛି । କେବଳ ଅଫର ଏତିକିରେ ସରିନାହିଁ ଯଦି କୈାଣସି ଗ୍ରାହକ ୨୫ ହଜାର ଲିଟର ଡିଜେଲ କିଣିବ ତେବେ ତାଙ୍କୁ ୱାସିଂ ମେସିନ ଓ ୫୦ ହଜାର ଡିଜେଲ କିଣିଲେ ଲାପଟପ ମିଳିପାରେ ବୋଲି ଜଣାପଡିଛି । ଏହାସହ ଯଦି ଗ୍ରାହକ ୧ ଲକ୍ଷ ଲିଟର ଡିଜେଲ କିଣିବେ ତେବେ ସେମାନଙ୍କୁ ସ୍କୁଟର ଓ ମୋଟର ସାଇକେଲ ମିଳିପାରେ ବୋଲି ମାଲିକ ଜଣକ ସୂଚନା ଦେଇଛନ୍ତି । ଅନେକ ଗ୍ରାହକ ଏହାର ଫାଇଦା ମଧ୍ୟ ଉଠାଇସାରିଛନ୍ତି । ତେବେ ଦୈନଦୀନ ସାରା ଦେଶରେ ତୈଲଦର ବୃଦ୍ଧି ହେବାରେ ଲାଗିଛି । ତେଣୁ ବିଭିନ୍ନ ପେଟ୍ରୋଲ ପମ୍ପର ମାଲିକ ମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଦମଦାର ଅଫର ଦେଉଥିବା ସୂଚନା ମିଳିଛି ।