ଗ୍ରାହକଙ୍କ ପାଇଁ ନୂଆ ବର୍ଷ ଭେଟି ଦେଉଛି ଜିଓ… ଏହି ପ୍ଲାନରେ ଅଧିକ ଦିନର ଭ୍ୟାଲିଡିଟି ସହ ମିଳୁଛି ଅନେକ ସୁବିଧା

2,523

କନକ ବ୍ୟୁରୋ : ଦେଶର ସବୁଠୁ ବଡ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ତା’ ଗ୍ରାହକଙ୍କ ପାଇଁ ଆଣିଛି ନୂଆବର୍ଷ ଭେଟି । ରିଲାଏନ୍ସ ନୂଆବର୍ଷ ପାଇଁ ଲଞ୍ଚ କରିବାକୁ ଯାଉଥିବା ପ୍ରିପେଡ୍ ପ୍ଲାନର ନାଁ ହେଉଛି ‘ହାପି ନିୟୁ ଇୟର’ । ଏହି ପ୍ଲାନରେ ଗ୍ରାହକଙ୍କୁ କମ୍ପାନୀ ୩୦୦ରୁ ଅଧିକ ଦିନର ଭ୍ୟାଲିଡିଟି ପ୍ରଦାନ କରୁଛି । ଏହା ସହିତ ହାଇ-ସ୍ପିଡ୍ ଡାଟା, ଜିଓ ଆପ୍ସ ଏବଂ ଫ୍ରି-କଲିଂ ସୁବିଧା ମିଳିବ । ତେବେ ଆସନ୍ତୁ ଜାଣିବା ଜିଓ ଅଫର ବିଷୟରେ…

ଜିଓର ‘ହାପି ନିୟୁ ଇୟର’ ଅଫର

ଜିଓର ପ୍ରିପେଡ୍ ଅଫର ପ୍ଲାନର ଦାମ୍ ରହିଛି ୨୫୪୫ ଟଙ୍କା । ଏହି ପ୍ଲାନ୍ ରିଚାର୍ଜ କଲେ ଗ୍ରାହକଙ୍କୁ ୩୩୬ ଦିନର ଭ୍ୟାଲିଡିଟି ମିଳିବ । କେବଳ ଏତିକି ନୁହେଁ ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ । ଏହାଛଡା ମାଗଣା କଲିଂ ସେବା ସହିତ ପ୍ରତିଦିନ ୧୦୦ ଏସଏମଏସ୍ ଫ୍ରି ମିଳିବ । ସବୁଠୁ ବଡ କଥା ହେଉଛି ଏହି ପ୍ଲାନ୍ ରିଚାର୍ଜ କଲେ ଟିଭି, ସିନେମା, କ୍ଲାଉଡ୍ ଏବଂ ସିକ୍ୟୁରିଟି ସବ୍ସକ୍ରିପସନ୍ ମାଗଣାରେ ମିଳିବ ।
ତେବେ ଏଠାରେ କହିରଖୁଛୁ କି, ଜିଓର ଏହି ରିଚାର୍ଜ ପ୍ଲାନକୁ କମ୍ପାନୀର ଅଧିକାରୀ ୱେବସାଇଟ୍ ଏବଂ ମୋବାଇଲ୍ ଆପରେ ରିଚାର୍ଜ କରିପାରିବେ ।