ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ୩୬୫ ରନ୍ କରି ଟିମ୍ ଇଣ୍ଡିଆ ଅଲଆଉଟ୍, ୱାଶିଂଟନ୍ ସୁନ୍ଦର ଖେଳିଲେ ସମ୍ମାନଜନକ ପାଳି ।

248

କନକ ବ୍ୟୁରୋ: ଆଜି ମୋଟେରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‍ମ୍ୟାଚ୍‌ର ତୃତୀୟ ଦିବସରେ ୩୬୫ ରନ୍‌ କରି ଭାରତୀୟ କ୍ରିକେଟ୍‌ ଟିମ୍‌ର ସମସ୍ତ ଖେଳାଳି ଆଉଟ୍‌ ହୋଇଯାଇଛନ୍ତି । ଇଂଲଣ୍ଡ‌ର ବୋଲର୍‌ ବେନ୍‌ ଷ୍ଟୋକ୍‌ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ‌ରେ ବୋଲ୍‌ଡ୍‌ ଆଉଟ୍‌ କରିବା ପରେ ଭାରତୀୟ ଦଳ ଅଲ୍‌-ଆଉଟ୍‌ ହୋଇଯାଇଥିଲେ ।

ଏହି ମ୍ୟାଚ୍‌ରେ ଭାରତ ଇଂଲ୍‌ଣ୍ଡ୍‌ ଠାରୁ ୧୬୦ ରନ୍‌ରେ ଆଗୁଆ ରହିଛି । ମଧ୍ୟାହ୍ନ ଭୋଜନ ବିରତି ପରେ ଇଂଲଣ୍ଡ୍‌ ଦଳ ବ୍ୟାଟିଙ୍ଗ୍‌ ଆରମ୍ଭ କରିଛନ୍ତି । ଇଂଲଣ୍ଡ୍‌ ପକ୍ଷରୁ ଓପନିଙ୍ଗ୍‌ କରୁଛନ୍ତି ଜାକ୍‌ କ୍ର’ଲି ଏବଂ ଡୋମ୍‌ ସିବ୍‌ଲି । କ୍ର’ଲି ୫ ରନ୍‌ ଏବଂ ସିବ୍‌ଲି ୧ ରନ୍‌ କରି ଖେଳୁଛନ୍ତି । ଭାରତ ପକ୍ଷରୁ ସେମାନଙ୍କୁ ନୂଆ ବଲ୍‌ରେ ବୋଲିଙ୍ଗ୍‌ କରୁଛନ୍ତି ମହମ୍ମଦ ସିରାଜ୍ ‌।