ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ୱେଷ୍ଟଇଣ୍ଡିଜକୁ ୭୧ ରନରେ ମାତ୍ ଦେଇ ସିରିଜ ଜିତିଲା ଭାରତ

ଟେଷ୍ଟ ଓ ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଟିମ୍ ଇଣ୍ଡିଆ

135

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କୁ ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୭୧ ରନରେ ମାତ୍ ଦେଇ ବିଜୟ ହାସଲ କରିବା ସହ ସିରିଜ ହାତେଇଛି ଭାରତ । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ରେ ଭାରତ ୨-୦ରେ ଆଗୁଆ ରହିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମରୁ ଧୀମା ଆରମ୍ଭ କରିଥିଲା । ତେବେ କ୍ରିଜରେ ସେଟ ହେବା ପରେ ଆରମ୍ଭ ହୋଇଥିଲା ରୋହିତଙ୍କ ସୋ’ । ଧୱନ ଆଉଟ ହେବା ପରେ ମଧ୍ୟ ଥମିନଥିଲେ ରୋହିତ । ୱେଷ୍ଟଇଣ୍ଡିଜର ବୋଲରଙ୍କୁ ନିର୍ଘାତ ପିଟିବା ସହ ହିଟମ୍ୟାନ ରୋହିତ ଟି-୨୦ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ । ଶେଷ ଆଡକୁ ରାହୁଲଙ୍କ ଦ୍ରୁତ ୨୬ ରନ ବଲରେ ୱେଷ୍ଟଇଣ୍ଡିଜ ପାଇଁ ୧୯୬ ରନର ବିଶାଳ ଟାର୍ଗେଟ ସେଟ କରିଥିଲା ଟିମ୍ ଇଣ୍ଡିଆ ।

୧୯୬ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହ ଘାତକ ବୋଲିଂ କରି ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତେବେ ଶେଷ ଆଡକୁ ଚାଲର୍ସ ବ୍ରାର୍ଥୱେଟ ଓ କିମୋ ପଲ ଦ୍ରୁତ ରନ କରିବାର ଏକ ସମ୍ମାନଜନକ ସ୍କୋର କରିଥିଲା ୱେଷ୍ଟଇଣ୍ଡିଜ ଟିମ୍ । ଏହି ମ୍ୟାଚରେ ଶତକ ମାରିବା ସହ ଭାରତ ପକ୍ଷରୁ ଟି-୨୦ ମ୍ୟାଚରେ ସର୍ବାଧିକ ରନ ସ୍କୋରର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ରୋହିତ । ଏହାସହ ଟି-୨୦ କ୍ରିକେଟରେ ଚତୁର୍ଥ ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ ଖେଳାଳି ପାଲଟି ଯାଇଛନ୍ତି ହିଟମ୍ୟାନ ରୋହିତ ।