ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟ କୁମାର, ଇଶାନ କିଷାନ, ତେୱାତିଆଙ୍କୁ ସୁଯୋଗ ।

515

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିସିସିଆଇ ଆଜି ଏହି ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ଏହି ଦଳରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦଳକୁ କମବ୍ୟାକ୍ କରିଥିବାବେଳେ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେୱାତିଆ ଓ ଇଶାନ କିଷାନଙ୍କୁ ସ୍ଥାନ ମିଳିଛି ।

ମାର୍ଚ୍ଚ ୧୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ଏଥିପାଇଁ ବିରାଟ କୋହଲିଙ୍କୁ ନେତୃତ୍ୱ ଭାର ମିଳିଥିବାବେଳେ ରୋହିତ ଉପଅଧିନାୟକ ପଦରେ ରହିଛନ୍ତି । ତେବେ ବିଜୟ ହଜାରେ ଟ୍ରଫିରେ ଚତ୍ମକାର ପ୍ରଦର୍ଶନ ପରେ ଇଶାନ କିଷାନଙ୍କୁ ଦଳରେ ସୁଯୋଗ ମିଳିଛି । ସେହିପରି ଆଇପିଏଲରେ ଆଖିଦୃଶିଆ ପ୍ରଦର୍ଶନ ପରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବି ସୁଯୋଗ ମିଳିଛି । ଏହାସହ ହରିୟାଣା ଖେଳାଳି ରାହୁଲ ତେୱାତିଆ ବି ଦଳରେ ସାମିଲ ଅଛନ୍ତି ।

ଭାରତୀୟ ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ),ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷବ ପନ୍ତ, ଇଶାନ କିଷାନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱତିଆ, ଟି ନଟରାଜନ, ଭୁବନେଶ୍ୱର କୁମାର, ଦିପକ ଚହର , ନବଦୀପ ସାଇନୀ, ସାର୍ଦ୍ଦୁଲ ଠାକୁର