ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ ଖେଳାଳି…

558

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁ ଦଳରେ ସାମିଲ କରାଯାଇନି । ଆହତ ଜନିତ ସମସ୍ୟା କାରଣରୁ ଦୁହିଁଙ୍କୁ ଦଳଠାରୁ ଦୂରରେ ରଖାଯାଇଛି ।

ଅନ୍ୟପଟେ ଶ୍ରେୟାସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି । ଅର୍ଥାତ ସିଲେକ୍ସନ ହୋଇଥିବା ଖେଳାଳିଙ୍କ ଭିତରୁ ଯଦି କେହି ଖେଳାଳି ସିରିଜରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳରେ ଏହି ଖେଳାଳିମାନେ ଭାରତୀୟ ଟିମରେ ସ୍ଥାନ ପାଇବେ । ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ନଜର ପକାନ୍ତୁ, ଏସିଆ କପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍