କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିରୋଧରେ ଏବେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଦକ୍ଷିଣ ଆଫ୍ରିକା ସହିତ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ବିସିସିଆଇ ଆଜି ଦଳ ଘୋଷଣା କରିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ହେଉଥିବା ଏହି ସିରିଜରେ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତା ସହିତ ସିନିୟର ଖେଳାଳିଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ତେବେ ଆସନ୍ତା ଅକ୍ଟୋବର ୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ଦିନିକିଆ ସିରିଜ୍ ଆରମ୍ଭ ହେବ ।

Advertisment

ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର (ଉପ-ଅଧିନାୟକ), ଋତୁରାଜ ଗାଏକାର୍ଡ, ଶୁଭମନ୍ ଗିଲ୍, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷାନ, ସଞ୍ଜୁ ସାମସନ୍, ଶାହବାଜ୍ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଆବେଶ ଖାନ୍, ମହମ୍ମଦ ସିରାଜ ଓ ଦୀପକ ଚହର

  • ପ୍ରଥମ ଦିନିକିଆ - ଅକ୍ଟୋବର ୬ ତାରିଖ, ଲକ୍ଷ୍ନୌ
  • ଦ୍ୱିତୀୟ ଦିନିକିଆ - ଅକ୍ଟୋବର ୯ ତାରିଖ, ରାଞ୍ଚି
  • ତୃତୀୟ ଦିନିକିଆ - ଅକ୍ଟୋବର ୧୧ ତାରିଖ, ଦିଲ୍ଲୀ

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବାହାରିବ । ଯେବେ କି ଅକ୍ଟୋବର ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବ । ତେଣୁ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଦଳ ଘୋଷଣା କରାଯାଇଛି । ଯେଉଁଥିରେ କି ନବାଗତମାନଙ୍କୁ ଅଧିକ ସୁଯୋଗ ଦିଆଯାଇଛି ।