ପଦୋନ୍ନତି ପାଇ ଛୁଟିରେ ଥିବା ଶିକ୍ଷକଙ୍କୁ କଡ଼ା ତାଗିଦ୍ : ତୁରନ୍ତ କାର୍ଯ୍ୟରେ ଯୋଗ ନଦେଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ହେଲେ ମନ୍ତ୍ରୀ କହିଲେ, ନୁହଁ ଗୁରୁତ୍ୱପୁର୍ଣ୍ଣ ; ବିଭାଗ ଚିଠି ଲେଖିବା ଏକ ସ୍ୱାଭାବିକ ପ୍ରକ୍ରିୟା

187

କନକ ବ୍ୟୁରୋ : ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ପରଷଦର ତାଗିଦ୍ । ଅକ୍ୱୋବର ୮ ସୁଦ୍ଧା ନିଯୁକ୍ତ ହୋଇଥବା ସ୍କୁଲରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ ନେବ ମାଧ୍ୟମିଶ ଶିକ୍ଷା ପରିଷଦ । ଅଗଷ୍ଟ ୩ ରେ ରାଜ୍ୟ ସରକାର ୧୦୯୭ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ଦେଇଥିଲେ । ଏବଂ ସେମାନଙ୍କୁ ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଦୁଇ ମାସ ବତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ପ୍ରଧାନ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।

ତେଣୁ ତୁରନ୍ତ ସେମାନେ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କ ପଦୋନ୍ନତି ବାତିଲ କରିବା ପାଇଁ ଡିଇଓ ମାନଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ହେଲେ ବିଭାଗୀୟ ମନ୍ତ୍ରୀ ଏହି ଚିଠିକୁ ନେଇ ବେପରୁଆ ବୟାନ ଦେଇଛନ୍ତି । ପଦୋନ୍ନତି ପାଇଥିବା ଶିକ୍ଷକମାନେ ବ୍ୟକ୍ତିଗତ କାରଣରୁ ଛୁଟିରେ ଥାଇପାରନ୍ତି । ସେମାନଙ୍କୁ କାମରେ ଯୋଗ ଦେବା ପାଇଁ ବିଭାଗର ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । ଏହାର ସେଭଳି କୌଣସି ଗୁରୁତ୍ୱ ନାହିଁ ବୋଲି କହିଛନ୍ତି ।