ପରୀକ୍ଷା ଖାତା ମୂଲ୍ୟାୟନକୁ ଶିକ୍ଷକଙ୍କ ବର୍ଜନ ନିଷ୍ପତ୍ତି ! ୪ଦଫା ଦାବି ନେଇ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ସ୍କୁଲ ଶିକ୍ଷକ ଓ ମିଳିତ ମଂଚର ବିକ୍ଷୋଭ

32

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ଶିକ୍ଷକଙ୍କ ବର୍ଜନ ନିଷ୍ପତ୍ତି । ୪ଦଫା ଦାବି ନେଇ ଆଜି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ସ୍କୁଲ ଶିକ୍ଷକ ଓ ମିଳିତ ମଂଚର ବିକ୍ଷୋଭ କରିଛନ୍ତି । ୫୭ଟି ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶିକ୍ଷକ । ସତ୍ୟପାଠଁ ଉଚ୍ଛେଦ କରିବା ସହିତ ୮ଦଫା ଦାବି ସରକାର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତିଶ୍ରୁତ ପୂରଣ କରିନାହାନ୍ତି । ଯେପର୍ଯ୍ୟନ୍ତ ସରକାର ପ୍ରତିଶ୍ରୁତି ପୂରଣ ନକରିଛନ୍ତି ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ କହିଛନ୍ତି ।

ଭୁବେନଶ୍ୱର,ସମ୍ବଲପୁର, କଟକ ନୟାଗଡ ଭଳି ବିଭିନ୍ନ ସ୍ଥାନରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି । ସେହିପରି ଜୟପୁରରେ ମଧ୍ୟ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରଆଗରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି । ଶିକ୍ଷକଙ୍କ ଦାବି ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାଅଭିଯୋଗ କରିଛନ୍ତି । ଦାବି ପୂରଣ ନହେଲେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି ।

 

ସୂଚନାଯୋଗ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏହି ମୂଲ୍ୟାୟନ ପାଇଁ ନିୟୋଜିତ ପରୀକ୍ଷକମାନେ ଆସନ୍ତାକାଲି ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଅପରାହ୍ଣ ୩ଟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ମଲ୍ୟାୟନ କେନ୍ଦ୍ରରେ ପ୍ରସ୍ତୁତି ବୈଠକ କରାଯିବ । ଏଥିରେ ପରୀକ୍ଷକଙ୍କ ସମେତ କ୍ୟାମ୍ପ୍ ଅଫିସର, କ୍ୟାମ୍ପ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ ସଂକ୍ରାନ୍ତରେ ଆଲୋଚନା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ଅନୁପସ୍ଥିତ ରହିବେ ସେକ୍ଷେତ୍ରରେ ଡିଇଓମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।