ଓଡିଆ କହିଲେ ଛାତ୍ରଛାତ୍ରୀଙ୍କୁ ମାଡ଼: ସାମନାକୁ ଆସିଲା ବ୍ରହ୍ମପୁରର ଏକ ଇଂରାଜୀ ମିଡିୟମ ସ୍କୁଲର ଅସଲ ଚେହେରା

1,387

କନକ ବ୍ୟୁରୋ: ସାମନାକୁ ଆସିଲା ବ୍ରହ୍ମପୁରରେ ଏକ ଇଂରାଜୀ ମିଡିୟମ ସ୍କୁଲର ଅସଲ ଚେହେରା । ସ୍କୁଲ ପରିସରରେ ଓଡିଆ କହିଲେ ଛାତ୍ରଛାତ୍ରୀଙ୍କୁ ମାଡ଼ ଦିଆଯାଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଗାଁରେ ଥିବା ଜୟଶ୍ରୀ କେମିକାଲ ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ଭାଷା ଓ ଓଡ଼ିଆଙ୍କୁ ଗାଳି ଗୁଲଜ କରଥିବା ଅଭିଯୋଗ ହୋଇଛି ।

ଗତ କିଛି ଦିନ ପୂର୍ବରୁ ଏହି ସ୍କୁଲରେ ଏକ ଅଭିଭାବକ ବୈଠକ ଡ଼କରା ହୋଇଥିଲା । ସେହି ସମୟରେ ଏହି ସ୍କୁଲର ଅଧ୍ୟକ୍ଷ ଅବିଭାବକଙ୍କୁ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଛି । ଏପରିକି ସ୍କୁଲର ମାଇକରେ ମଧ୍ୟ ଏହି କଥା କହିଥିବା ଅଭିଯୋଗ କରିଛନ୍ତି ।

ସ୍କୁଲ ଅଧ୍ୟକ୍ଷକଙ୍କୁ ଛାତ୍ର ଛାତ୍ରୀଙ୍କୁ ଡରୁଥିବାରୁ ଏହି ସବୁ ଘଟଣାର ସ୍ୱର ଉଠାଇବା ପାଇଁ ଡ଼ରନ୍ତି । ଏହା ପରେ ଅବିଭାବ ଓ କିଛି ବୁଦ୍ଦିଜୀବି ଗଞ୍ଜାମ ଜିଲ୍ଲାପାଳ, ଏସପି, ଶିକ୍ଷା ବିଭାଗ, ଗଞ୍ଜାମ ଥାନା ଅଧିକାରୀ ସମତେ ବିଭିନ୍ନ ସ୍ତାନକୁ ଲିଖିତ ଅଭିଯୋଗ କରିଛନ୍ତି ।