ନାସା ଯିବେ ଚା’ଦୋକାନୀଙ୍କ ଝିଅ : ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗିତାରେ ସଫଳ ହୋଇ ଯୋଗ୍ୟ ବିବେଚିତ ହେଲେ ତାମିଲନାଡ଼ୁ ଝିଅ

485

କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଗରେ ସବୁକିଛି ହାରମାନେ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାନ୍ୟା ଦସନାମଙ୍କ ଆଗରେ । ତାନ୍ୟାଙ୍କ ବାପା ଜଣେ ଚା’ଦୋକନୀ ହୋଇଥିବା ବେଳେ ସେ ନାସା ପରିଭ୍ରମଣରେ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନାସା ପରିଭ୍ରମଣରେ ଯିବେ ତାନ୍ୟା ଦସନାମ୍ । ୯ଦିନ ପାଇଁ ନାସା ପରିଭ୍ରମଣ ପାଇଁ ତାଙ୍କୁ ସୁଯୋଗ ମିଳିଛି । ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗୀତା ୨୦୧୯ରେ ଭାଗନେଇ ସେ କୃତିତ୍ୱ ଅର୍ଜନ କରିଛନ୍ତି । 

ତାନ୍ୟାଙ୍କୁ ୧୦ ହଜାର ଡ଼ଲାର ଛାତ୍ରବୃତି ମଧ୍ୟ ମିଳିଛି । ଏହା ସହ ଫ୍ଲୋରିଡ଼ା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ତାଙ୍କୁ ପଢିବାର ସୁଯୋଗ ରହିଛି । ମାତ୍ର ୧୫ ବର୍ଷ ବୟସରେ ଏଭଳି କୃତିତ୍ୱ ହାସଲ କରିଛନ୍ତି  ତାନ୍ୟା  । ତାମିଲନାଡ଼ୁର ମଦୁରାଇ ସହରରେ ତାଙ୍କର ଜନ୍ମ । ମହାକାଶ ବିଜ୍ଞାନୀଙ୍କ ଦ୍ୱାରା ସେ ଅନୁପ୍ରାଣିତ ହୋଇ ଏଭଳି କୃତିତ୍ୱ ହାସଲ କରିଛନ୍ତି । ତାନ୍ୟାଙ୍କ ସ୍କୁଲ ଜୀବନ ବେଶ କଷ୍ଟପୂର୍ଣ୍ଣ ହୋଇଥିଲେ ମଧ୍ୟ ଖୁବ୍ କମ୍ ବୟସରେ ସେ ଏଭଳି ସୁଯୋଗ ପାଇଛନ୍ତି । ତାଙ୍କ ସଫଳତାର ଶ୍ରେୟ ସେ ତାଙ୍କ ବାପା ମା’ ଦେଇଥିବା କହିଛନ୍ତି ।