ଆଜିଠୁ ବିଜୁ ଯୁବ-ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ : ଯୋଗଦେଲେ ୩୧୪ ବ୍ଲକର କର୍ମକର୍ତା

181

କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଛି ବିଜୁ ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର । ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟ ସଭାପତି, ସମ୍ପାଦକ, କର୍ମକର୍ତାଙ୍କ ସମେତ ୩୧୪ ବ୍ଲକ, ୧୯୯ଟି ପୌରାଂଚଳର ସଭାପତି ଏବଂ କାର୍ଯ୍ୟକର୍ତାମାନେ ଯୋଗଦେବେ । ଆସନ୍ତା ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏଭଳି ପଶିକ୍ଷଣ ଶିବିର ଆୟୋଜନ କରାଯାଇଛି ।

ନିର୍ବାଚନରେ ଦଳ କିପରି ଭଲ ପଦର୍ଶନ କରିବ ସେନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବହୁ ମନ୍ତ୍ରୀ ଏବଂ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କର୍ମକର୍ତାଙ୍କୁ ଦଳର ବରିଷ୍ଠ ନେତାମାନେ ଗୁୁରୁମନ୍ତ୍ର ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆଜି ସନ୍ଧ୍ୟାରେ ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ରହିଛି । ସେହିଭଳି ଆସନ୍ତାକାଲି ଅର୍ଥାତ ୨୭ ତାରିଖରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।