ଇ-କର୍ମସ ବଜାରରେ ଏଟ୍ରିଂ ମାରିବ ଟାଟା ଗ୍ରୁପ୍ । ଲଂଚ କରିବ ସୁପର ଆପ୍ ।

168

କନକ ବ୍ୟୁରୋ: ଭାରତର ଲୋକପ୍ରିୟ ଟାଟା ଗ୍ରୁପ ଏବେ ଇ-କର୍ମସ ବଜାରରେ ପ୍ରବେଶ କରିବା ସହିତ ସୁପର ଆପ ନାମରେ ଏକ ଆପ୍ ଲଂଚ କରିବାକୁ ଯାଉଛି । ଯେଉଁଥିରେ ଲୋକମାନେ ଲୁଣଠୁ ଆରମ୍ଭ କରି ବିମାନ ଟିକେଟ୍ ପର୍ଯ୍ୟନ୍ତ ସବୁକିଛି ପାଇପାରିବେ । କୋଟି କୋଟି ଗ୍ରାହକ ଏହି ଆପ ଜରିଆରେ ଅତି ସହଜରେ ନିଜ ମନ ପସନ୍ଦର ଜିନିଷ ଘରେ ବସି ଅର୍ଡର କରିପାରିବେ ।

ଏହି ସୁପର ଆପକୁ ଲଂଚ କରିବାକୁ ଟାଟା କମ୍ପାନି ଏବେ ପ୍ରୟାସ ଆରମ୍ଭ କରିଛି । କୁହାଯାଉଛି, କମ୍ପାନୀ ଏହି ଆପକୁ ଚଳିତ ବର୍ଷ ଶେଷ ଆଡକୁ ଲଞ୍ଚ କରିପାରେ । ଯେଉଁଥିରେ ଗ୍ରାହକମାନେ ଟାଟା ଉତ୍ପାଦର ଛୋଟରୁ ଆରମ୍ଭ କରି ବଡ ଜିନିଷ ସବୁ କିଛି ଅର୍ଡର କରି ପାଇପାରିବେ ।

ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନି ଟାଟା ସନସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ଡିଜିଟାଲ ମାଧ୍ୟମରେ କମ୍ପାନି ନିଜର ସମସ୍ତ ରିଟେଲ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାକୁ କାମ କରୁଛି । ଟାଟା ଗ୍ରୁପର କୋଟି କୋଟି ଗ୍ରାହକ ଅଛନ୍ତି । ସେମାନଙ୍କର ଆବଶ୍ୟକତା ମୁତାବକ ସମସ୍ତ ଉତ୍ପାଦ ଓ ସେବା ଏଥିରେ ମିଳିବ । ଏହି ସୁପର ଆପରେ ଟାଟା ବ୍ରାଡଂର ସମସ୍ତ ଜିନିଷ ଯେମିତିକି ଲୁଣି, ମସଲା, ଚା, ଗହଣା, ଘଟାଂ, ବୈଦୁତିକ ଉପକରଣ, ରାସନ ସାମଗ୍ରୀ ମିଳିପାରିବ । ତା ସହ ଏହି ଆପରେ କମ୍ପାନି ନିଜର କାର, ପ୍ଲାଟ୍ ଓ ବିମାନ ଟିକେଟ ବି ବିକ୍ରି କରିବ । ତାଜ ହୋଟେଲ ପାଇଁ ରୁମ୍ ବୁକିଂ ବି ଏହି ଆପ ଜରିଆରେ ଲୋକମାନେ କରିପାରିବେ । ଗୁରୁତ୍ୱପୂଣ୍ଣ କଥା ହେଉଛି ସୁପର ଆପ ମାଧ୍ୟମରେ କମ୍ପାନି ମେଡିସିନ ସାମଗ୍ରୀର ବି ହୋମ ଡେଲିଭରି କରିବ । ଯାହାଦ୍ୱାରା ଅନେକ ଲୋକ ବେଶ ଉପକୃତ ହୋଇପାରିବେ ।

ଭାରତରେ ଏବେ ଅନେକ ଇ-କର୍ମସ ଆପ କାମ କରୁଛି । ସେମାନଙ୍କ ଭିତରୁ କେତେକ ଲୋକପ୍ରିୟ ମଧ୍ୟ ହେଇସାରିଲେଣି । ନିକଟରେ ରିଲାଏନ୍ସ କମ୍ପାନି ଜିଓ ମାର୍ଟ ବି ଆରମ୍ଭ କରିଛି । ହେଲେ ଟାଟା ଗ୍ରୁପର ଏହି ସୁପର ଆପ ଲଂଚ ହେବା ପରେ କେତେ ଲୋକପ୍ରିୟ ହେଉଛି ତା ଦେଖିବାକୁ ବାକି ରହିଲା ।