ଟାଟା ମୋଟର୍ସ ବଜାରକୁ ଛାଡିଲା ଇଲେକ୍ଟ୍ରିକ୍ କାର ଟିଗର-ଇଭି । ମାତ୍ର ଗୋଟିଏ ଘଂଟା ଚାର୍ଜ କଲେ ଚାଲିବ ୨୧୩ କିଲୋମିଟର

738

କନକ ବ୍ୟୁରୋ: ଟାଟା ମୋଟର୍ସ ବ୍ୟକ୍ତିଗତ ବ୍ୟବହାର ପାଇଁ ବଜାରକୁ ଛାଡିଲା ଇଲେକ୍ଟ୍ରିକ୍ କାର ଟିଗର-ଇଭି । ଏହି କାରକୁ ମାତ୍ର ଗୋଟିଏ ଘଂଟା ଚାର୍ଜ କଲେ ଏହା ୨୧୩ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହାର ମୂଲ୍ୟ ୯ଦଶମିକ୍ ୪୪ ଲକ୍ଷ ଟଙ୍କା ରହିଛି  । ଏହି କାରରେ ଏକ ୨୧ ଦଶମିକ୍ ୫ କିଲୋୱାଟର ବ୍ୟାଟେରୀ ରହିଛି । ଏଥିରେ ଦୁଇଟି ଚାର୍ଜି ପଏଂଟ ରହିଛି  । ଗୋଟିଏ ସ୍ଲୋ ଚାର୍ଜ ପାଇଁ ଓ ଅନ୍ୟଟି ଦୃତ ଗତିରେ ଚାର୍ଜିଂ ପାଇଁ । ଆସନ୍ତା ୨୦୨୦ ସୁଦ୍ଧା ଟାଟା ମୋଟର୍ସ ନିଜର ଲୋକପ୍ରିୟ ଏସୟୁଭି ନେକ୍ସନର ଇଲେକ୍ଟ୍ରିକ ଭର୍ସନ ଛାଡିବାକୁ ଘୋଷଣା କରିଛି ।

ଟାଟା ମୋଟର୍ସ ପୂର୍ବରୁ ବିଭିନ୍ନ କମ୍ପାନୀ ବା ସରକାରଙ୍କ ପାଇଁ ଇଲେକ୍ଟ୍ରିକ୍ କାର ଛାଡୁଥିବାବେଳ ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି କାରକୁ ବଜାରକୁ ଛାଡିଛି । ଗତ ୨୦୧୭ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନର୍ଜି ଏଫସିଏନସି ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ୧୦ ହଜାର ଇଲେକ୍ଟିକ୍ କାର କିଣିବା ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ଟାଟା ମୋଟର୍ସ ବିଜୟୀ ହୋଇ ପ୍ରଥମ ପ୍ରାୟ ୩୫୦ କାର ଯୋଗାଇବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା । ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଧା କେବଳ ଇଲେକ୍ଟ୍ରିକ୍ କାର ପାଇଁ ଅନୁମତି ଦେବାକୁ ବିଚାର କରୁଛନ୍ତି ।