ଉଦୟପୁର ହତ୍ୟା ଘଟଣାରେ ତସଲିମା ନାସରିନଙ୍କ ଟ୍ୱିଟ୍। ‘ଭାରତରେ ହିନ୍ଦୁ ସୁରକ୍ଷିତ ନୁହଁନ୍ତି’

936

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ହୋଇଥିବା ହତ୍ୟା ପରେ ବିବାଦ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଇଣ୍ଟରନେଟବନ୍ଦ ରଖାଯାଇଛି । ତେବେ ଲେଖିକା ତସଲିମା ନାସରିନ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ସେ ଭାରତରେ ଥିବା ବିଚ୍ଛିନ୍ନତାବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି, ଭାରତରେ ବିଚ୍ଛିନ୍ନତାବାଦୀ ବହୁତ ଭୟଙ୍କର, ଭାରତରେ ବର୍ତ୍ତମାନ ହିନ୍ଦୁ ମଧ୍ୟ ସୁରକ୍ଷିତ ନୁହଁନ୍ତି । ସେହିପରି କଂଗ୍ରେସ ନେତା ଶଶି ଥରୁର ମଧ୍ୟ ମଙ୍ଗଳବାର ଉଦୟପୁର ହତ୍ୟା ଘଟଣାର ନିନ୍ଦା କରି କହିଥିଲେ, ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ ।

ତସଲିମା ଟ୍ୱିଟରେ ଲେଖିଛନ୍ତି, ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ନିର୍ମମ ହତ୍ୟା ରିଆଜ ଏବଂ ଗୌସ କରିଛନ୍ତି । ପରେ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ପୋଷ୍ଟ କରାଯାଇଛି । ଉଭୟ ଖୁସିରେ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରୁଛନ୍ତି । ସେମାନେ କିଛିବି କରିପାରିବେ । ବିଚ୍ଛିନ୍ନତାବାଦୀ ବର୍ତ୍ତମାନ ଭୟଙ୍କର ହୋଇଯାଇଛନ୍ତି । ଭାରତରେ ବର୍ତ୍ତମାନ ହିନ୍ଦୁ ମଧ୍ୟ ସୁରକ୍ଷିତ ନୁହଁନ୍ତି।

ତସଲିମା ନାସରିନ ଆଉ ଗୋଟିଏ ଟୁଇଟରେ କହିଛନ୍ତି ଧାର୍ମିକ ଚରମପନ୍ଥୀ ମାନବତା ପାଇଁ ହାନୀକାରକ । ଉଦୟପୁର ଧାନମଣ୍ଡି ଥାନା ଅଞ୍ଚଳରେ ଦୁଇ ବ୍ୟକ୍ତି ଟେଲର କହ୍ନେୟାଲାଲଙ୍କ ମୁ୍ଣ୍ଡକାଟି ହତ୍ୟା କରିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଅପଲୋଡ କରିଥିଲେ । ସେ ଏଥିରେ କହିଥିଲେ ଇସଲାମର ଅପମାନର ପ୍ରତିଶୋଧ ନେବା ପାଇଁ ସେମାନେ ଏଭଳି କରିଛନ୍ତି । ଏହି ଘଟଣା ପରଠାରୁ ମଙ୍ଗଳବାର ରାତି ୮ଟାରୁ ଉଦୟପୁରର ୭ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶାନ୍ତି ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।