ରାଜସ୍ଥାନରେ ହେଲା ହେଲିନା ମିସାଇଲର ସଫଳ ପରୀକ୍ଷଣ । ଗୋଟିଏ ମିନଟ୍ ରେ କରିବ ଶତ୍ରୁ ସଂହାର

127

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛି ।

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ଏହି ମିଶାଇଲକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାରେ ସାମିଲ କରାଯିବ । ପ୍ରତିରକ୍ଷାମନ୍ତ୍ରଣାଳର ତଥ୍ୟ ମୁତାବକ ଗତ ୫ ଦିନ ହେବ ହେଲିନା ମିଶାଇଲକୁ ୭ କିଲୋମିଟରରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣ ପରେ ଏହି ମିଶାଇଲ ଶତ ପ୍ରତିଶତ ଟାର୍ଗେଟ୍ ଭେଦ କରିବାରେ ସଫଳ ହୋଇଥିଲା ବୋଲି କୁହାଯାଇଛି । ପରୀକ୍ଷଣ ହୋଇଥିବା ମିଶାଇଲ ହେଲିନା ବର୍ତ୍ତମାନ ଏଚଏଏଲ୍ ରୁଦ୍ରା ଓ ହାଲକା ଲଢୁଆ ହେଲିକପ୍ଟରରେ ଇଣ୍ଡକ୍ସନ ପାଇଁ ପ୍ରସ୍ତୁତ ହୋଇ ସାରିଛି । ପରୀକ୍ଷଣ ବେଳେ ଏହି ମିଶାଇଲକୁ ଏଏଲଏଚ୍ ଧ୍ରୁବ ହେଲିକପ୍ଟରରେ ଲଞ୍ଚ କରାଯାଇଥିଲା ।

ଏହି ମିଶାଇଲକୁ ତୃତୀୟ ପିଢିର ଆଧୁନିକ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବୋଲି କୁହାଯାଉଛି । ହେଲିନାରେ ରେଡ୍ ସକର, ଫାୟାର ଏବଂ ଫର୍ଗଟ୍ ଫିଚର୍ସ ରହିଛି । ଏହା ବ୍ୟତିତ ଏହି ମିଶାଇଲର ତୁଳନା ଚୀନ ଆର୍ମୀର ୱାୟର ଗାଇଡେଡ୍ ଏଚଜେ-୮ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର ଗାଇଡେଡ୍ ମିଶାଇଲ ବାରକ୍ୟୁ ସହିତ କରାଯାଇଛି ।