ରାଜ୍ୟ ସରକାରଙ୍କୁ ତାରାଙ୍କ ତୀର ! କୋରାପୁଟ ପିଲାଙ୍କୁ ମିଳୁ ନିଯୁକ୍ତି, ନଚେତ୍ ନକ୍ସଲ ସଂଗଠନରେ ମିଶିବି ।

2,222

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ଖୋଲା ଚେତାବନୀ । ଖୁବଶୀଘ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ନଦେଲେ ୧୦ ହଜାର ପିଲାଙ୍କୁ ଧରି ନକ୍ସଲରେ ମିଶିବେ ତାରା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାବନୀ ଦେଇ ତାରା କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ  ଶିକ୍ଷକ ନିଯୁକ୍ତି ପାଇଁ କୋରାପୁଟ କେହି ଯାଇ ପାରୁନାହାଁନ୍ତି । 

Exclusive Interview With Congress Chief Whip Tara Prasad Bahinipatiତାରାଙ୍କ ଅଭିଯୋଗ ମୁତାବକ ଅବିଭକ୍ତ ଗତକାଲି ବିଧାନସଭାରେ ଏକଥା ଉଠାଇ ଥିଲି ଆଜି କହୁଛି କୋରାପୁଟ ଜିଲ୍ଲାରେ ସିଟି ବିିଇଡି ଟ୍ରେନିଂ ବି ପିଲାମାନେ କେହି ପାଇ ପାରୁନାହାଁନ୍ତି । ଏହାସହ ମେଡିକାଲ କଲେଜରେ ଆଟେଣ୍ଡାଟ ଓ ପିଅନ ପୋଷ୍ଟରେ ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଛି । ସେଥିପାଇଁ କୋରାପୁଟର ଶିକ୍ଷିତ ଯୁବକ ଯୁବତୀ ମାନେ ନବୀନ ସରକାର ଉପରେ ଉତ୍ୟକ୍ତ ହୋଇକି ଅଛନ୍ତି । ତେଣୁ ରାଜ୍ୟ ସରକାର ନିଷ୍ପତି  ନିଅନ୍ତୁ ସେ ଜିଲ୍ଲାର ପିଲାମାନଙ୍କୁ  ଜିଲ୍ଲା ଭିତିକ ନିଯୁକ୍ତି ଦେବେ ନଚେତ୍ ୧୦ ହଜାର ଯୁବକଙ୍କୁ ନେଇ ମୁଁ  ନକ୍ସଲରେ ମିଶିବି । 

tara prasad bahinipati reaction on congressସେପଟେ ଦାବି ପୂରଣ ନହେଲେ ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବେ କୋରାପୁଟର ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ । ତାରା କହିଛନ୍ତି ଯେ, ଏହା ହେଉଛି ଆମର ଶେଷ ନିଷ୍ପତି କୋରାପୁଟ ଜିଲ୍ଲାର ପିଲାମାନ ନିଯୁକ୍ତି ପାଇଁ । ନବୀନ ବାବୁ ଜାଣି ରଖିବା ଦରକାର ଯେ, ବେକାରି ସମସ୍ୟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ ମାନେ  ମାଓବାଦୀ ହେଉଛନ୍ତି । ତେଣୁ ଯଥାଶୀଘ୍ର ଦାବି ପୂରଣ କରନ୍ତୁ ଅନ୍ୟଥା ଖୋଲାଖୋଲି ଭାବରେ ୧୦ହଜାର ପିଲା ମାଓବାଦୀ ହେବାପାଇଁ ବାହାରିଛନ୍ତି ।