କନକ ବ୍ୟୁରୋ: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ତଥା ଆଇଏନଡବ୍ଲୁଇସିକୁ ମିଳିଛନ୍ତି ନୂଆ ଆବାହିକା । ନୂତନ ଆବାହିକା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଫଳ ଉଦ୍ୟୋଗୀ ତନୟା ପଟ୍ଟନାୟକ । ପୂର୍ବତନ ଆବାହିକ ସୁକୀର୍ତି ପଟ୍ଟନାୟକଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତନୟା ପଟ୍ଟନାୟକ, ଓଡିଶା ଗଣମାଧ୍ୟମ ଶିଳ୍ପ ଜଗତର ଜଣାଶୁଣା ନାଁ । ସେ ଏବେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଅଛନ୍ତି । କେବଳ ଏତିକି ନୁହେଁ ଓଡିଆ ଭାଷା, କଳା ସଂସ୍କୃତିର ବିକାଶ ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଉ ଏବେ ଆଇଏନଡବ୍ଲୁଇସି ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ତନୟା କହିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସହ ଆବାହିକ ଭାବେ ଦାୟିତ୍ୱ ନେଇଛନ୍ତି ଟୁସି ମୋଟର୍ସ ଓ କେଡିଏଫର ନିର୍ଦ୍ଦେଶିକା ପ୍ରୀତି ପଲ୍ଲବୀ ପଟ୍ଟନାୟକ । ଏଥିସହ ଆଇଏନଡବ୍ଲୁଇସି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସଂଗଠନର କୋର କମିଟିରେ ରାଜ୍ୟର ବହୁ ସଫଳ ମହିଳା ଉଦ୍ୟୋଗୀ ସାମିଲ ହୋଇଛନ୍ତି । କର କ୍ଲିନିକ ଏବଂ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା କର, ବିଶିଷ୍ଠ ଓଡିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି, ୟୁଏମଏସଏଲର ନିର୍ଦ୍ଦେଶିକା ତଥା ଆଇପିସିଏ ପ୍ରତିଷ୍ଠାତା ଟ୍ରଷ୍ଟି ପାରମିତା ପଣ୍ଡା, ଜୈନ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟଟ୍ରଷ୍ଟି ଗାର୍ଗୀ ଭଟ୍ଟାଚାର୍ଯ୍ୟ, ଗାୟତ୍ରୀଦେବୀ ଗ୍ରୁପ ନିର୍ଦ୍ଦେଶିକା ନିରୁପମା ବିଶ୍ୱାଳ, ମେଟ୍ରୋ ଗ୍ରୁପ୍ ନିର୍ଦ୍ଦେଶିକା ସୋଫିଆ ଫିରଦୌସ, ସମେତ ବହୁ ସଫଳ ଉଦ୍ୟୋଗୀ ସାମିଲ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ସଭାପତି ଜେ ବି ପାଣି, ବରିଷ୍ଠ ଉପ-ସଭାପତି ରାଜୀବ ସାହୁ, ଉପନିର୍ଦ୍ଦେଶକ ଆଇସିସି ଆଂଚଳିକ ମୁଖ୍ୟ ଜେ ବି ପାଲ୍ଙ୍କ ସମେତ ଆଇସିସି ଓ ଆଇଏନ୍ଡବ୍ଲୁଇସିର ସଦସ୍ୟମାନେ ଉପସ୍ଥିତ ଥିଲେ । ମହିଳା ଉଦ୍ୟୋଗୀଙ୍କ ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଏହି ପରିଷଦ, ମହିଳା ଉଦ୍ୟୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ର ମଂଚ ପ୍ରଦାନ କରିଛି ।