ଦିଲ୍ଲୀ ଭଳି ତାମିଲନାଡୁରେ କମିଲା ସଂକ୍ରମଣ । ଫେବ୍ରୁଆରୀ ୧ରୁ ସ୍କୁଲ, କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

271

କନକ ବ୍ୟୁରୋ : ଦିଲ୍ଲୀ ଭଳି ତାମିଲନାଡୁରେ ମଧ୍ୟ କରୋନା ସଂକ୍ରମଣ କମିଛି । ଫେବୃଆରୀ ୧ରୁ ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁ ଆଜି ହଟାଯିବ । ଗୁରୁବାର ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ ଏ ସଂକ୍ରାନ୍ତରେ ଏକ ବୈଠକ କରିବା ପରେ ସ୍କୁଲ, କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ସଂକ୍ରମଣ ତଳମୁହାଁ ରହିଥିଲେ ମଧ୍ୟ ନର୍ସରୀ ଏବଂ ପ୍ଲେ ସ୍କୁଲ ଏବେ ଖୋଲିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ତାମିଲନାଡୁରେ ଏବେ ବିବାହ ସମାରୋହରେ ସର୍ବାଧିକ ୧୦୦ ଜଣ ସାମିଲ ହୋଇପାରିବେ । ଅନ୍ତିମ ସଂସ୍କାରରେ ୫୦ ଜଣ ଉପସ୍ଥିତ ରହିପାରିବେ । ସେହିପରି ହୋଟେଲରେ, ସିନେମା ହଲ, ଇନଡୋର ଷ୍ଟାଡିୟମ, ଜିମ୍ ଆଦି ୫୦ ପ୍ରତିଶତରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।