କନକ ବ୍ୟୁରୋ : ତାମିଲନାଡୁ ସରକାରରେ ଶକ୍ତିମନ୍ତ୍ରୀ ଥିବା ସେନ୍ଥିଲ ବାଲାଜୀଙ୍କ ଆଜି ସକାଳେ ଇଡି ତରଫରୁ ଗିରଫ କରାଯାଇଛି । ମାତ୍ର ଗିରଫ ହେବାର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଇଡି ତରଫରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ବେଳେ ଜଣାପଡିଛି କି ମନ୍ତ୍ରୀଙ୍କର ହାର୍ଟରେ ଅସୁବିଧା ରହିଛି । ଏହି କ୍ରମରେ ଏବେ ତାଙ୍କର ବାଇପାସ୍ ସର୍ଜରୀ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Advertisment

ସେପଟେ ମନ୍ତ୍ରୀଙ୍କ ଗିରଫ ପରେ ରାଜନୀତି ସରଗରମ ହୋଇଛି । ଏବେ ସେନ୍ଥିଲ ବାଲାଜୀ ଶକ୍ତିମନ୍ତ୍ରୀ ଅଛନ୍ତି । ହେଲେ ଏହା ପୂର୍ବ ସରକାର ସମୟରେ ସେ ପରିବହନ ମନ୍ତ୍ରୀ ଥିଲେ । ସେହି ସମୟରେ ତାଙ୍କ ନାମରେ ଥିବା ଟଙ୍କା ବଦଳରେ ଚାକିରି ମାମଲାରେ ଏବେ ତାଙ୍କୁ ଇଡି ଗିରଫ କରିଛି । ବାଲାଜୀଙ୍କ ଗିରଫକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି କି, ଏହା କେନ୍ଦ୍ର ସରକାରଙ୍କର ପ୍ରତିଶୋଧ ରାଜନୀତି ।

ଅନ୍ୟପଟେ ସେନ୍ଥିଲ ବାଲାଜୀଙ୍କ ଗିରଫ ଡିଏମକେ ଗମ୍ଭୀର ଅଭିଯୋଗ ଆଣିଛି । ଦଳ ତରଫରୁ କୁହାଯାଇଛି କି ବାଲାଜୀ ଅସୁସ୍ଥ ଥିବା ବେଳେ ତାଙ୍କୁ ଇଡି ଗିରଫ କରିଛି । ଏହାସହ ବାଲାଜୀଙ୍କୁ ଇଡି ତରଫରୁ ମେଡିକାଲ ଅଣାଯିବା ବେଳେ ତାଙ୍କର ଚେତା ନଥିବା କଥା ଦଳ କହିଛି ।