ପିଓକେକୁ ନେଇ ଉତ୍ତର କମାଣ୍ଡ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା। କହିଲେ, ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଦଖଲ କରିବେ ପାକ୍ ଅଧିକୃତ କାଶ୍ମୀର

122

କନକ ବ୍ୟୁରୋ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପରେ ପାକ୍ ଅଧିକୃତ କାଶ୍ମୀର ତଥା ପିଏକେକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ସେନାର ଉତର କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉତ୍ତର କମାଣ୍ଡ ମୁଖ୍ୟ । ପାକିସ୍ତାନ ସହ ଭାରତର ସୀମା ବିବାଦକୁ ନେଇ ଲେଫ୍ଟନାଂଟ୍ ଜେନେରାଲ ଉପେନ୍ଦ୍ର କହିଛନ୍ତି, ସୀମାରେ ଆମେ ଶାନ୍ତି ଚାହୁଁଛୁ । ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରେ ତେବେ ଇଟାର ଜବାବ ପଥରରେ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି କାଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଉପେନ୍ଦ୍ର କହିଛନ୍ତି, ଆତଙ୍କବାଦୀମାନେ ହତାଶ ହୋଇ ଏବେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ହେଲେ ସେମାନଙ୍କର ଲକ୍ଷ୍ୟ କେବେବି ହାସଲ ହେବନି।