ଆଫଗାନିସ୍ତାନକୁ କବଜା ପରେ ଖୁସି ମନାଉଛନ୍ତି ତାଲିବାନୀ : ଖୁସିରେ ନାଚୁଛନ୍ତି, ଏକାଠି ବସି ଖାଉଛନ୍ତି; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

601

କନକ ବ୍ୟୁରୋ : ଆଫଗାନିସ୍ତାନକୁ କବଜା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ । ସାମ୍ନାକୁ ଆସିଛି ତାଲିବାନୀଙ୍କ ଗୋଟିଏ ପରେ ଗୋଟିଏ ଦୃଶ୍ୟ । କିପରି ଖୁସିରେ ନାଚୁଛନ୍ତି ତାଲିବାନୀ । ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ତାଲିବାନୀ ଆତଙ୍କବାଦୀଙ୍କ ହାତରେ ରହିଛି ମାରଣାସ୍ତ୍ର । ଆଉ ଖୁସିରେ ଝୁମି ଉଠୁଛନ୍ତି ଏମାନେ, ତାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଆଫଗାନିସ୍ତନାର ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଛନ୍ତି ତାଲିବାନୀ । ଯେଉଁଠି ଟ୍ରାଫିକ୍ ପୋଲିସ ଛିଡା ହେବା କଥା, ସେଠାରେ ଛିଡା ହୋଇ ଟ୍ରାଫିକ୍ ନିୟମନ୍ତ୍ର କରୁଛନ୍ତି ଆତଙ୍କବାଦୀ । ହୁଇସିଲ୍ ମାରି ଗାଡି ଅଟକାଇବା ସହ ଗାଡିକୁ ଛାଡୁଛନ୍ତି । ଅନ୍ୟପଟେ ଏକାଠି ବସି ଖାଉଛନ୍ତି । ଖୁସିରେ ଖାଇବାର ମଜା ନେଉଛନ୍ତି ଏମାନେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ଦେଖାଦେଇଛି । ଲୋକେ ତାଙ୍କ ଜୀବନ ବଂଚାଇବା ପାଇଁ ନିଜ ନିଜ ଦେଶକୁ ଫେରୁଥିବା ବେଳେ ତାଲିବାନ ମାନେ ଖୁସି ମନାଇଛନ୍ତି ।