ତାଲିବାନର ବଡ ବୟାନ: କହିଲା, କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର 

301

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ନେଇ ତାଲିବାନ ଦେଲା ଏକ ବଡ ବୟାନ । ତାଲିବାନ କହିଲା, କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ଦେଇଥିବା ଏକ ସାକ୍ଷାତକାରବେଳେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଭାରତର କାଶ୍ମୀର ହେଉକି ଅନ୍ୟ ଦେଶରେ ରହୁଥିବା ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି ।

ସୁହେଲ ଶାହିନ କହିଛନ୍ତି କୌଣସି ବି ଦେଶରେ ମୁସଲମାନଙ୍କ ଉପରେ ଅନ୍ୟାୟ ହେଲେ ତାଲିବାନ ପ୍ରତିବାଦ କରିବ । ପ୍ରତ୍ୟେକ ଦେଶରେ ମୁସଲମାନଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ତାଲିବାନର ମୁଖ୍ୟ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ୍ କାଶ୍ମୀର ପ୍ରସଙ୍ଗରେ କହିଥିଲେ, ଭାରତ-ପାକିସ୍ତନ ଏକାଠି ବସି ସମାସ୍ୟାର ସମାଧାନ କରିବା ଉଚିତ୍ । କାଶ୍ମୀର ପାଇଁ ଭାରତ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ଜାବିଉଲ୍ଲାହ କହିଥିଲେ । ଆଫଗାନିସ୍ତାନରେ ତାଲିବାନ ରାଜୁତି ଆରମ୍ଭ ହେବା ପରଠୁ ଜମ୍ମୁକାଶ୍ମୀର ନେଇ ସେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।