ଆଫଗାନିସ୍ତାନ ଦଖଲ କରିବା ପରେ ମହିଳା ମାନଙ୍କ ପାଇଁ ଏମିତି ପ୍ରତିବନ୍ଧକ ଲଗାଇଲା ତାଲିବାନ, ଜୋତା ଠାରୁ କପଡା ପର୍ଯ୍ୟନ୍ତ କଠୋର ନିୟମ

737

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ସେଠାରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳୁଛି । ଏହାରି ଭିତରେ ତାଲିବାନ ପକ୍ଷରୁ ଆଫଗାନ ମହିଳା ମାନଙ୍କ ପାଇଁ ଅନେକ ପ୍ରତିବନ୍ଧକ ଘୋଷଣା କରିଛି ତାଲିବାନ । ସରିଆ କାନୁନ ମୁତାବିକ ଏଭଳି ପ୍ରତିବନ୍ଧକ ଫଳରେ ମହିଳାମାନଙ୍କ ସ୍ୱାର୍ଥରେ ଥିବା ଅନେକ ଅଧିକାର ଏବେ ସମାପ୍ତ ହେବାକୁ ଯାଉଛି । ୨୦୦୧ ରେ ଯେତେବେଳେ ଆଫଗାନିସ୍ତାନରେ ତାଲିବାନର ଶାସନ ଥିଲା ସେତେବେଳେ ବି ମହିଳାମାନେ ଅନେକ କିଛି ସହିଛନ୍ତି । ପୁଣିଥରେ ଆଫଗାନ ମହିଳା ମାନଙ୍କ ପାଇଁ ସେହିଦିନ ଫେରିବାକୁ ଯାଉଛି ।
ତାଲିବାନର ୧୦ ଟି ନିୟମ, ଯାହାକି ନର୍କରେ ପରିଣତ କରିଦେବ ଆଫଗାନ ମହିଳାଙ୍କ ଜୀବନ

  • ମହିଳାମାନେ କେବଳ ସଂପର୍କୀୟ ମାନଙ୍କ ସହ ରାସ୍ତାକୁ ବାହାରିବେ ।
  • ମହିଳାମାନେ ଘରୁ ବାହାରିଲେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ।
  • ପୁରୁଷମାନଙ୍କୁ ମହିଳାଙ୍କ ପାଦଶବ୍ଦ ନ ଶୁଣାଯିବା ପାଇଁ ମହିଳାମାନେ ହାଇହିଲ ପିନ୍ଧି ପାରିବେ ନାହିଁ ।
  • ସାର୍ବଜନୀକ ସ୍ଥାନରେ ମହିଳାମାନେ ଉଚ୍ଚସ୍ୱରରେ କଥା ହୋଇପାରିବେ ନାହିଁ ।
  • ଗ୍ରାଉଣ୍ଡ ଫ୍ଲୋରର ଝରକା ଗୁଡିକ ରଙ୍ଗ ହେବା ଦରକାର, ଯେଭଳି ମହିଳାମାନେ ବାହାରକୁ ଦେଖିପାରିବେ ନାହିଁ ।
  • ମହିଳାମାନେ ନିଜ ଫଟୋ ଉଠାଇପାରିବେ ନାହିଁ ।
  • କୌଣସି ସ୍ଥାନର ନାମ ମହିଳାମାନଙ୍କ ନାମରେ ରହିବ ନାହିଁ ।
  • ମହିଳାମାନେ ଘରର ବାଲକୋନି କିମ୍ବା ଝରକା ନିକଟରେ ଠିଆ ହୋଇପାରିବେ ନାହିଁ
  • ସାମୁହିକ କାର୍ଯ୍ୟକ୍ରମରେ ମହିଳାମାନେ ଏକତ୍ରିତ ହୋଇପାରିବେ ନାହିଁ ।

ମହିଳାମାନେ ନଖରେ ରଙ୍ଗ ଲଗାଇ ପାରିବେ ନାହିଁ, ନିଜ ଇଚ୍ଛାରେ ବିବାହ କରିପାରିବେ ନାହିଁ ।ତାଲିବାନୀମାନେ କଠୋର ଦଣ୍ଡବିଧାନ ପାଇଁ କୁଖ୍ୟାତ । ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମକୁ ଯଦି କେହି ଉଲଙ୍ଘନ କରେ ତେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଏ । ଆଇନ ଉଲଙ୍ଘନ କରୁଥିବା ମହିଳା ମାନଙ୍କୁ ସର୍ବସାଧାରଣ ସ୍ଥାନରେ ଅପମାନିତ କରିବା ଓ ପିଟି ପିଟି ହତ୍ୟା କରିବା ତାଲିବାନୀ ମାନଙ୍କ ପାଇଁ ଏକ ସାଧାରଣ କଥା ।