କାଶ୍ମୀର ଆମର ଏଜେଣ୍ଡା ନୁହେଁ । କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ ବୟାନ

9,176

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନ କବ୍ଚା କରିବା ଘଟଣା ସାରା ବିଶ୍ୱକୁ ଏବେ ଚିନ୍ତାରେ ପକାଇଦେଇଛି । ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ । ଖାସ କରି ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଗକୁ ତାଲିବାନ ଶାସନ କ୍ଷାମତା ହାତକୁ ନେବାକୁ ଯାଉଥିବା ବେଳେ କାଶ୍ମୀର ପ୍ରସଙ୍ଗ ନେଇ ଏକ ବୟାନ ସାମ୍ନାକୁ ଆସିଛି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, କାଶ୍ମୀର ପ୍ରସଙ୍ଗରେ ତାଲିବାନ କହିଛି, କାଶ୍ମୀର ଆମର ଏଜେଣ୍ଡା ନୁହେଁ । କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଅନ୍ତରିଣ ମାମଲା । ସେପଟେ, ତାଲିବାନ କାବୁଲ କବ୍ଚା କରିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଦିଆଯାଇଛି । ଏଲଓସି ଠାରୁ ମାତ୍ର ୪୦୦ କିଲୋମିଟର ଦୂରରେ ରହିଛି ତାଲିବାନ । ପୂର୍ବରୁ ଏଭଳି ନଜିର ରହିଛି କି, କାନ୍ଧାର ହାଇଜାକ୍ ଘଟଣାରେ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କ ସହାୟତା ନେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସତର୍କ ରହିଛି ।