ଆକ୍ରମଣ ପାଇଁ ୪ ମାସର ଶିଶୁ ଦେହରେ ବି ବିସ୍ଫୋରକ ଖଞ୍ଜିଲେ ଆତଙ୍କବାଦୀ । ତାଲିବାନର ବର୍ବରତା

29

କନକ ବ୍ୟୁରୋ : ସାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ବଡ଼ ବିପଦ ହୋଇ ଦେଖାଦେଇଛି । ଆତଙ୍କବାଦୀ ଗୋଷ୍ଠୀମାନେ ବିସ୍ଫୋରଣ ଘଟାଇବାପାଇଁ ବ୍ୟବହାର କରୁଥିବା ବିଭିନ୍ନ ମାଧ୍ୟମକୁ ଠାବ କରିବା ବେଶ କଷ୍ଟକର ହୋଇପଡ଼ିଛି। ତାଲିବାନମାନେ ଏ କ୍ଷେତ୍ରରେ ନୃଶଂସତାର ସୀମା ଟପିଯାଇଛନ୍ତି। ବିସ୍ଫୋରଣ ଘଟାଇବାପାଇଁ ସେମାନେ ଏକ ୪ ମାସର ଶିଶୁକୁ ବି ଛାଡ଼ିନାହାନ୍ତି।

ଆଫଗାନିସ୍ତାନର କୁନ୍ଦୁଜ ପ୍ରଦେଶରେ ସୁରକ୍ଷାକର୍ମୀମାନେ ଏକ ୪ ମାସର ଶିଶୁର ଦେହରେ ଶକ୍ତିଶାଳୀ ବିସ୍ଫୋରକ ଖଞ୍ଚାଯାଇଥିବା ଠାବ କରିଛନ୍ତି। ଏହା ତାଲିବାନଙ୍କ କାଣ୍ଡ ଏବଂ ତାଲିବାନମାନେ କାବୁଲର ୩୩୦ କିମି ଉତ୍ତରରୁ ଉକ୍ତ ଶିଶୁଟିକୁ ବିସ୍ଫୋରଣ ଘଟାଇବାପାଇଁ ଆଣିଥିବା ଜଣାଯାଇଛି। କୁନ୍ଦୁଜକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ୫ ଆତଙ୍କବାଦୀ ଗିରଫ ହୋଇଥିବାବେଳେ ବିସ୍ଫୋରଣ ଘଟାଇବା ପାଇଁ ଏକ ଶିଶୁକୁ ବ୍ୟବହାର କରିବା ଘଟଣା ସମ୍ପୃକ୍ତ ଅଞ୍ଚଳ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଛି।