ଆଫଗାନିସ୍ତାନରେ କାଲି ସରକାର ଗଠନ କରିପାରେ ତାଲିବାନ, ନମାଜ ପରେ ହୋଇପାରେ ମନ୍ତ୍ରୀମଣ୍ଡଳ ଘୋଷଣା

117

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲର ୨ ସପ୍ତାହ ପରେ ଆସନ୍ତା କାଲି ତାଲିବାନ ସେଠାରେ ସରକାର ଗଠନ କରବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ ।

କହିରଖୁ କି ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିବା ପରେ ପୁରା ଆଫଗାନିସ୍ତାନ ତାଲିବାନୀଙ୍କ ଦଖଲକୁ ଆସିଯାଇଛି । ଇସ୍ଲାମିକ ଆତଙ୍କବାଦୀ ସମୁହ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ନିଜର ବିଜୟକୁ ନେଇ ଖୁସି ମନାଇବାରେ ଲାଗିଛନ୍ତି । ଏହାସହ ଆଫଗାନିସ୍ତାନରେ ସରକାର ଗଠନ କରିବା ପରେ ସେଠାରେ ଶାନ୍ତି ଓ ସୁରକ୍ଷାକୁ ନେଇ ପ୍ରତିଜ୍ଞା କରିଛି ତାଲିବାନ ।

ଅନ୍ୟପଟେ କୌଣସି ବିଦେଶୀ କିମ୍ବା ଆଫଗାନ ନାଗରିକଙ୍କୁ ଆଫଗାନିସ୍ତାନରେ ସୁରକ୍ଷା ମିଳିବ ବୋଲି ତାଲିବାନୀମାନେ ପ୍ରତିଜ୍ଞା କରିଛନ୍ତି । ସେପଟେ କାବୁଲ ବିମାନବନ୍ଦର ଦେଇ ବାହାର ଦେଶକୁ ପଳାଇବାକୁ ଚେଷ୍ଟା କରୁଥିବା ଆଫଗାନ ନାଗରିକମାନଙ୍କୁ ଦେଶ ନଛାଡିବାକୁ ତାଲିବାନ ପକ୍ଷରୁ କୁହାଯାଇଛି ।

କହିରଖୁ କି ତାଲିବାନ ଦ୍ୱାରା ନିଯୁକ୍ତ କରାଯାଇଥିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ବ୍ୟାଙ୍କ ମାନଙ୍କୁ ଆଶ୍ୱସନା ଦେବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି କି ଦେଶରେ କାମ କରୁଥିବା ବ୍ୟାଙ୍କ ମାନଙ୍କ ଠାରୁ ସେ ବିତ୍ତୀୟ ପ୍ରଣାଳୀ ଚାହୁଁଛନ୍ତି ।