ତାଲିବାନ କବଜା ପରେ ବଦଳିଯାଇଛି କାବୁଲ ବିୟୁଟି ପାର୍ଲରର ଚିତ୍ର : ମହିଳାଙ୍କ ଫଟୋରେ କାଳି ମାରି ବିକୃତ କରିଛନ୍ତି ତାଲିବାନୀ

356

କନକ ବ୍ୟୁରୋ : ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନରୁ ଆସୁଛି ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସବୁଠି ଦେଖିବାକୁ ମିଳୁଛି ତାଲିବାନୀଙ୍କ ଦବ୍ଦବା । ଏବେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଯାହା ତିଲିବାନୀଙ୍କ କଦର୍ଯ୍ୟ ମନୋଭାବକୁ ପରିପ୍ରକାଶ କରୁଛି । ତାଲିବାନ କବଜା ପରେ ବଦଳି ଯାଇଛି କାବୁଲରେ ଥିବା ବିୟୁଟି ପାର୍ଲରର ଦୃଶ୍ୟ । ବିୟୁଟି ପାର୍ଲରେ ଲାଗିଥିବା ମହିଳାଙ୍କ ଫଟୋକୁ କଦର୍ଯ୍ୟ କରିଦିଆଯାଇଛି । କାଳି ବୋଳି ବିକ୍ରୁତ କରାଯାଇଛି । ଯାହା ଦେଖିବାକୁ ଅତି ଭୟଙ୍କର ଲାଗୁଛି ।

ମହିଳାଙ୍କୁ ସମ୍ମାନ ଦିଆଯିବ ବୋଲି ତାଲିବାନୀଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ଏପରି ଦୃଶ୍ୟ ଦେଖିଲେ ତାଲିବାନୀଙ୍କ ମହିଳାଙ୍କ ପ୍ରତି ସମ୍ମାନ ସ୍ପଷ୍ଟ ଜଣାପଡ଼ୁଛି । ତାଲିବାନଙ୍କ ଏପରି କାର୍ଯ୍ୟ ପରେ ପ୍ରତିକ୍ରିୟା ରଖିଛି ବ୍ରିଟେନ୍ । କହିଛି ତାଲିବାନଙ୍କ କଥା ଗୋଟିଏ ଓ କାମ ଆଉ ଗୋଟିଏ । ତାଲିବାନୀଙ୍କ କଥା ନୁହଁ କାର୍ଯ୍ୟ ଉପରେ ନଜର ରଖାଯାଇଛି ।