କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣା । ଏବେ ବି ପିହୁର ପତା ମିଳିନି । ତେବେ ଏହି ଘଟଣାରେ ଏକ ନୂଆମୋଡ ଆସିିଛି । ପିହୁ ମିଳିବା ନେଇ ଗୁଣିଆର ସହାୟତା ନିଅ । ରାଜ୍ୟର ୩ଜଣ ଗୁଣିଆଙ୍କ ନାଁ ଠିକଣା ସହ ଫୋନ୍ ନମ୍ବର ଲେଖା ଏକ ପୋଷ୍ଟକାର୍ଡ ପିହୁର ମାଆଙ୍କ ପାଖକୁ ଆସିଛି । ଏହା ସହ ଆଉ ଏକ ସରକାରୀ ଚିଠି  ଗୃହ ବିଭାଗରୁ ମଧ୍ୟ ଆସିଛି । ଯେଉଁଥିରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକା ସାଙ୍ଗରେ ଗୋଟିଏ ଦିନରେ ଦୁଇ ଦୁଇଟି ଚିଠି ଆସିବା ନେଇ ଉଠିଛି ପ୍ରଶ୍ନ? ପୋଷ୍ଟ କାର୍ଡ କେଉଁଠାରୁ ଆସିଛି ଜଣାନଥିବା ବେଳେ ଏହି ଚିଠି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପିହୁଙ୍କ ମା’ଅଭିଯୋଗ ଆଣିଛନ୍ତି । ଯଦି ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଗୁଣିଆର ସହାୟତା ନେବାକୁ ସରକାର ପରାମର୍ଶ ଦେଉଛନ୍ତି ତେବେ ପୁଲିସ ଓ ସିବିଆଇ କଣ ପାଇଁ ରହିଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପିହୁର ମାଆ? ବିଂଝାରପୁର  ଥାନା ମଧୁସୂଦନପୁର ନିଜ ମାମୁଁ ଘର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପିହୁ ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିଲା । ଆଉ ତାପରଠାରୁ ପିହୁର କୌଣସି ଖୋଜ ଖବର ନାହିଁ । ତେବେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିବା ସହ ଏବେ ବି ଝିଅକୁ ପାଇବା ଆଶାରେ ଚାହିଁ ବସିଛି ପିହୁର ମା’ ।

Advertisment