ଅଣ୍ଡରଗ୍ରାଉଣ୍ଡ ଚ୍ୟାମ୍ବର ଖୋଲିଲା ତାଜ୍ ମହଲର ରୋମାଞ୍ଚକର ରହସ୍ୟ ! ଯାହା ପର୍ଯ୍ୟଟକଙ୍କ ଅସନ୍ତୁଷ୍ଟର କାରଣ ହେଲା ।

65

ପ୍ରତିବର୍ଷ ଦୁନିଆର ଅଷ୍ଟମ ଅଜୁବା କୁହାଯାଉଥିବା ତାଜ୍ ମହଲକୁ ଦେଖିବା ପାଇଁ ଦୁରଦୁରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟେ । ମୋଗଲ ବାଦଶାହା ଶାହଜାହାନ ଏବଂ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ଆଗ୍ରାର ତାଜ୍ ମହଲ ପୃଥିବୀ ବିଖ୍ୟାତ । ଏହି ସ୍ଥାନରେ ଉଭୟ ଶାହଜାହାନ ଏବଂ ମମତାଜଙ୍କ କବର ରହିଛି ଯାହାକୁ ପର୍ଯ୍ୟଟକମାନେ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତି । କିନ୍ତୁ ନିକଟରେ ଯେତେବେଳେ ଶ୍ରଦ୍ଧାଳୁ କବର ଦର୍ଶନ କରିବାକୁ ଅଣ୍ଡରଗ୍ରାଉଣ୍ଡ ଚ୍ୟାମ୍ବର ପହଞ୍ଚିଲେ ସେଠାରେ କବର ଚାରିପାଖର ଆବର୍ଜନା ଏବଂ କବର ସମ୍ପୁର୍ଣ୍ଣ ରୂପେ କଳା ହୋଇ ଯାଇଥିବା ଦେଖିବାକୁ ପାଇଲେ । ଅସନ୍ତୁଷ୍ଟ ଶ୍ରଦ୍ଧାଳୁ ଏନେଇ ଆର୍କିଓଲୋଜିକଲ୍ ସର୍ଭେ ଅଫ୍ ଇଣ୍ଡିଆର ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଅଧିକାରୀମାନେ ଖୁବଶୀଘ୍ର ସଫେଇ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାହାର ମରାମତୀ କାମ ଦେଖି ସମସ୍ତଙ୍କ ମୁଣ୍ଡରେ ଏବେ ଚଡକ ପଡିଲାଣି । ସୁଚନାନୁସାରେ ନିକଟରେ ପ୍ରବଳ ଝଡତୋଫାନରେ ତାଜ୍ ମହଲର ଦକ୍ଷିଣ ଏବଂ ରୟାଲ ଗେଟର ପଥର ଭାଙ୍ଗିଯାଇଛି । ଯାହା ଏପର୍ଯ୍ୟନ୍ତ ପୂର୍ବାବସ୍ଥା ଭଳି ପଡିରହିଛି । ରିପୋର୍ଟ ମୁତାବକ ୨୦୧୬ରେ ସଫାସୁତରା ପାଇଁ ପଥର ଭାଙ୍ଗିବା ଭଳି ପରିସ୍ଥିତି ଉପୁଜୁଥିବା କଥା କୁହାଯାଇଥିବା ବେଳେ ଏହାର କାରଣ ମାଙ୍କଡ ମାନଙ୍କୁ ମଧ୍ୟ ଦର୍ଶାଯାଇଥିଲା । ଖବର ମୁତାବକ ତାଜ୍ ମହଲର ସବୁ ରଡ୍ ପ୍ରଦୁଷଣ ପ୍ରଭାବରୁ କ୍ଷୀଣ ହୋଇଗଲାଣି ଏବଂ ଲୋକଙ୍କ କହିବାନୁସାରେ କବର ସଫେଇ ଦାୟିତ୍ୱକୁ ଗୁରୁତ୍ୱର ସହ ନିଆଯାଉନାହିଁ ଯାହାଦ୍ୱାରା ଏଭଳି ପରିସ୍ଥିତି ଉପୁଜୁଛି ।