ଚୀନକୁ ପୁଣି ତାଇୱାନର ଚେତାବନୀ । ବାୟୁସୀମାରେ ବାରମ୍ବାର ଅନୁପ୍ରବେଶ କରି ବେଜିଂ ଭାଙ୍ଗୁଛି ନିୟମ: ତାଇୱାନ

123

କନକ ବ୍ୟୁରୋ: ଚୀନକୁ ପୁଣି ତାଇୱାନର ଚେତାବନୀ । ଶୁକ୍ରବାର ତାଇୱାନର ପ୍ରଧାନମନ୍ତ୍ରୀ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି । ବାରମ୍ବାର ତାଇୱାନ ବାୟୁସେନାରେ ଚୀନର ଯୁଦ୍ଧ ଜାହଜ ଘୁରି ବୁଲୁଥିବାବେଳେ ତାଇୱାନ ଚୀନକୁ ସଫା ଶଦ୍ଧରେ ଚେତାବନୀ ଦେଇଛି । ଗୁରୁବାର ତାଇୱାନ ସୀମାରେ ଚୀନର ଡ୍ରୋନ ଉଡିବୁଲୁଥିବାବେଳେ ଏହାକୁ ମାରି ତଳକୁ ଖସାଇଥିଲା ତାଇୱାନ ସେନା । ତାଇୱାନ କହିଛି ଭବିଷ୍ୟତରେ ଯଦି ଏଭଳି କାମରୁ ଚୀନ ନିଜକୁ ଦୂରେଇ ନରଖେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାଇୱାନ ସେନା ।

ସେପଟେ ତାଇୱାନ ସୀମା ନିକଟରେ କେବଳ ଚୀନର ଯୁଦ୍ଧ ବିମାନ ଘୁରି ବୁଲୁନି ବଂର ଚୀନ ସେନା ସମରଭ୍ୟାସ ମଧ୍ୟ କରୁଛନ୍ତି । ଏଥିସହ ତାଇୱାନ ପ୍ରଧାନମନ୍ତ୍ରୀ କହିଛନ୍ତି କି ତାଇୱାନ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ସମସ୍ତ ମୁକାବିଲା ପାଇଁ ସଜାଗ ଓ ପ୍ରସ୍ତୁତ । ଆମେରିକା ସିନେଟର ବାଚସ୍ପତି ନାନସି ପେଲୋସି ତାଇୱାନ ଗସ୍ତ ପରେ ଚୀନ ଓ ତାଇୱାନ ଏବଂ ଆମେରିକା ମଧ୍ୟରେ ବିବାଦ ବଢିଛି ।