କନକ ବ୍ୟୁରୋ : ତାଇୱାନ ଜଳରାଶିରେ ଚୀନର ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବଂ ଏହାର ମୁକାବିଲା ପାଇଁ ଏବେ ଅଣ୍ଟା ଭିଡ଼ିଛି ତାଇୱାନ । ଆଉ ଏଥିରେ ତାଇୱାନକୁ ସହାୟତା କରିବେ ଆମେରିକା ଓ ଜାପାନ । ତାଇୱାନକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ଚୀନର ପ୍ରୟାସକୁ ପଣ୍ଡ କରିବା ପାଇଁ ତାଇୱାନ ବାୟୁସେନା କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି    । ଆଉ ଏଥିପାଇଁ ପୂର୍ଣ୍ଣ ସହାୟତା ଯୋଗାଇଦେଇଛି ଆମେରିକା । ଆମେରିକା ଓ ଜାପାନ ମଧ୍ୟ ତାଇୱାନ ଷ୍ଟେଟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି । ନିଜର ମହାବିନାଶକାରୀ ବିମାନବାହୀ ଯୁଦ୍ଧପୋତ ମୁତୟନ କରିଛି ଆମେରିକା । ସେହିପରି ଜାପାନ ମଧ୍ୟ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ହାଇଆଲର୍ଟ ରଖିଛି । ଚୀନ ଡ଼୍ରୋନଗୁଡ଼ିକୁ ଆକ୍ରମଣ କରି ଖସାଇ ଦେବା ନିମନ୍ତେ ତାଇୱାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦିଆଯାଇଛି ।

Advertisment

ତାଇୱାନକୁ ଆମେରିକାର ସମର୍ଥନ
- ତାଇୱାନ ଜଳରାଶିରେ ବିସ୍ଫୋରକ ସ୍ଥିତି
- ତାଇୱାନ୍ ଜଳରାଶିରେ ଚୀନ୍ର ଦାଦାଗିରି
- ଏକାଠି ହୋଇଛନ୍ତି ତାଇୱାନ-ଆମେରିକା-ଜାପାନ
- ଚୀନ୍ର ପ୍ରୟାସକୁ ପଣ୍ଡ କରିବା ପାଇଁ ଉଦ୍ୟମ
- ପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି ଆମେରିକା
- ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି ଆମେରିକା ଓ ଜାପାନ
- ବିଭିନ୍ନ ରେଂଜର କ୍ଷେପଣାସ୍ତ୍ର ନିଜ ଯୁଦ୍ଧପୋତରେ ମହଜୁତ
- ମେରିନ୍ କମାଣ୍ଡୋ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି

ଅନ୍ୟପଟେ ଚୀନ ଆମେରିକାକୁ ଧମକାଇ ଯେଉଁଭଳି ତାଇୱାନ ମାମଲାରୁ ଦୂରେଇ ରଖିବାକୁ ଚାହୁଁଥିଲା ତାହା କାମ ଦେଇନାହିଁ । ତାଇୱାନକୁ ଦଖଲ କରିବା ପାଇଁ ଚୀନ କୈାଣସି ବଡ଼ ସାମରିକ ଯୋଜନା କାର୍ଯ୍ୟକାରୀ କରିବାକୁ ସାହସ ଜୁଟାଇ ପାରୁ ନଥିବା କୁହାଯାଇଛି । ତେବେ ତାଇୱାନ ଚୀନ ବିରୋଧରେ ମୁକାବିଲା କରିବାକୁ ଯୁଦ୍ଧାଭ୍ୟାସ ଜାରି ରଖିଛି । ଏଥିରେ ସହଯୋଗ ପାଇଁ ଆମେରିକା ସେନା ସକ୍ରିୟ ହୋଇଉଠିଛି ।

ତାଇୱାନର ଯୁଦ୍ଧାଭ୍ୟାସ
- ପିଙ୍ଗଟୁଙ୍ଗରେ ତାଇୱାନର ଜୋରଦାର ସମରାଭ୍ୟାସ
- ରାତିର ଅନ୍ଧାରରେ ବି ଯୁଦ୍ଧାଭ୍ୟାସ କରୁଛି ତାଇୱାନ
- ଫାଇଟର ଜେଟ୍କୁ ମଧ୍ୟ ଯୁଦ୍ଧକ୍ଷେତ୍ରକୁ ଆଣିଛି ତାଇୱାନ
- ସ୍ୱଦେଶୀ ଯୁଦ୍ଧ ଜାହାଜ ଦ୍ୱାରା ବି ଚାଲିଛି ଯୁଦ୍ଧାଭ୍ୟାସ
- ଆମେରିକା ଓ ଜାପାନ ତାଇୱାନକୁ କରୁଛନ୍ତି ସମର୍ଥନ
- ତାଇୱାନ ଷ୍ଟ୍ରେଟ୍ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ ହେଉଛି

ଚୀନ ବିରୋଧରେ ମୁକାବିଲା ପାଇଁ ତାଇୱାନ ଚଳାଇଥିବା ପ୍ରସ୍ତୁତିରେ ଆମେରିକାର ସହଯୋଗକୁ ରୋକିବା ପାଇଁ ଚୀନ ଗୋଟିଏ ପରେ ଗୋଟିଏ ଚେତାବନୀ ଦେବାରେ ଲାଗିଛି । ଯାହାକୁ ବାରମ୍ବାର ଅଣଦେଖା କରୁଛି ଆମେରିକା । ଏବଂ ତାଇୱାନକୁ ଯୋଗାଉଛି ପୂର୍ଣ୍ଣ ସହଯୋଗ ।